ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ଆକାଂକ୍ଷା ତରଫରୁ ରଜ ଉତ୍ସବ ପାଳିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ରଜ ଦୋଳିର ସୁନ୍ଦର ଆୟୋଜନ କରାଯାଇଥିଲା । ଏଥିରେ ଦୋଳ ବନ୍ଧ କମିଟିର ସଦସ୍ୟ ବୃନ୍ଦ ଓ ପଥଚାରୀମାନେ ଆଗ୍ରହର ସହିତ ରଜ ଉତ୍ସବର ମଜା ନେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ, ଉପଦେଷ୍ଟା ଡଃ କଲ୍ୟାଣୀ ମିଶ୍ର, ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ ପରିଚାଳନା କରିଥିଲେ । ଏଥିରେ କୁନି କୁନି ଶିଶୁ ଓ କିଶୋରୀ ଝିଅ ମାନଙ୍କୁ ମେହେନ୍ଦି, ଅଳତା ଲଗାଇ ସଜେଇ ଦିଆଯାଇଥିଲା । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା:-ପୋଡପିଠା, ଗଜା, କାକରା, ଲଡୁ, ଆରିସା ଓ ଅନ୍ୟାନ୍ୟ ମିଠା ସହିତ ରଜ ପାନ ଏବଂ ଶୀତଳ ପାନୀୟ ପରିବେଷଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆକାଂକ୍ଷା ଅନୁଷ୍ଠାନର ସଦସ୍ୟ ମାନେ ଯଥା ସରିତା ପାଣିଗ୍ରାହୀ, ଅନୀତା ସାହୁ , ଛନ୍ଦା ଟହଲ, ମମତା ପାତ୍ର, ଉଷାରାଣୀ ବାରିକ, ଲୁନା କୁମାରୀ ଓ ସୁନୀତା ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Comments (0)
Add Comment