ଆସନ୍ତାକାଲି ପବିତ୍ର ଅଁଳାନବମୀ,ରାଧାପାଦ ଦର୍ଶନ କରିବେ ଭକ୍ତ

ପୁରୀ: ଆସନ୍ତାକାଲି ପବିତ୍ର ଅଁଳାନବମୀ ତଥା ରାଧାପାଦ ଦର୍ଶନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟାନ୍ୟ ଜରୁରୀ କାଳୀନ ବ୍ୟବସ୍ଥାକୁ ନଜରରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କାର୍ତ୍ତିକ ମାସର ପବିତ୍ର ନବମୀ ତିଥିରେ ଅର୍ଥାତ ଆସନ୍ତାକାଲି ପୁରୀ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିରରେ ରାଧା ମାଙ୍କର ପାଦ ଦର୍ଶନର ସୌଭାଗ୍ୟ ମିଳିଥାଏ । ଏହି ଦିନ ମା ଓଡ଼ିଆଣୀ ବା ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ବର୍ଷକ ମଧ୍ୟରେ ଥରେ ମାତ୍ର ଭକ୍ତ ମାନେ ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି । ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଛି । ଆଜି ମଧ୍ୟ ଜିଲ୍ଲାପାଳ ଏନେଇ ସମୀକ୍ଷା କରିଥିବା ବେଳେ ସମସ୍ତ ଜରୁରୀ କାଳୀନ ବ୍ୟବସ୍ଥାକୁ ନଜରରେ ରଖାଯାଇଛି । କୌଣସି ରାସ୍ତାଘାଟ, ଗହଳି, ପାନୀୟଜଳ, ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀଙ୍କୁ ମୁତୟନ କରାଯାଇଛି ।
ତେବେ ଅନ୍ୟପଟେ ଆସନ୍ତାକାଲି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବା ସହ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ।

Comments (0)
Add Comment