ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା

ସୁବର୍ଣ୍ଣପୁର : ନୀତି ନିର୍ଘଣ୍ଟ ଅନୁଯାୟୀ ଗତକାଲି ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛଳିଆ ପାହାଡରୁ ଆଣି ରଥାରୂଢ କରିବାପରେ ଛେରା ପହରା କରିଥିଲେ ଗ୍ରାମର ଗଡ଼ତ୍ୟା ଚମରା ଅମାତ । ରାଜମଣୀ ସାହୁ,ମୈଥିଲି ପଣ୍ଡା ଭୂଷଣ ପାତ୍ର,ରାମକୃଷ୍ଣ ହୋତା, ନାରାୟଣ ଦେହୁରୀ,ଯୁଗଳ ମିଶ୍ର,କିଶୋର ହୋତା ପ୍ରମୁଖ ସଂପୂର୍ଣ୍ଣ ଧାରାବିବରଣୀ ପ୍ରଦାନ କରିଥିଲେ । ଏଠାକାର ରଥ ଟଣାର ଏକ ବିଶେଷତ୍ୱ ଏହା ଯେ,ଦେବୀ ସୁଭଦ୍ରାଙ୍କ ରଥ ଏଠାରେ କେବଳ ମହିଳା ମାନେ ଟାଣିଥାନ୍ତି ।
ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ସମଗ୍ର ପାତାଳି ଶ୍ରୀକ୍ଷେତ୍ର ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜନସାଧାରଣ,ରଥଯାତ୍ରା କମିଟିଙ୍କ ସହ ପୋଲିସ ବାହିନୀ, ସ୍ୱାସ୍ଥ୍ୟ ସେବା, ଅଗ୍ନିଶମ ସେବା, ପାନୀୟ ଜଳବିଭଗର କର୍ମଚାରୀଙ୍କ ସହ ଚନ୍ଦ୍ରିକା ଟ୍ରଷ୍ଟ ତରଫରୁ ଜଳ ସିଞ୍ଚନ,ପବନା ଶ୍ରମ, ହନୁମାନ ପାଲି, ଭକ୍ତିଚରଣ ମେଣ୍ଡିଲି ପରିବାରଙ୍କ ଦ୍ୱାରା ପ୍ରସାଦ ଏବଂ ପାଣି, ସର୍ବତ ସେବା ଯୋଗାଇ ଦିଆଯାଇଥିବାବେଳେ ଆଜିକାର ଏହି ଭବ୍ୟ ରଥଯାତ୍ରାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡା, ଏସଡିପିଓ ଡୋଳାମଣି ଭୋଇ, ଉଲୁଣ୍ଡା ତହସିଲଦାର ପ୍ରମୁଖ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଭଜନ କୀର୍ତ୍ତନ ସହ ରଥଟଣା ପରେ
ଚତୁର୍ଦ୍ଧା ବିଗ୍ରହଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯାଇଥିଲା । ସଂଧ୍ୟାରେ ପାତାଳି ଶ୍ରୀକ୍ଷେତ୍ର ଭଜନ ସଂଧ୍ୟା କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା ।

Comments (0)
Add Comment