ଆପ ପକ୍ଷରୁ ଏନଏସି ଘୋଷଣା ଦାବିରେ ବୀରମହାରାଜପୁର ବନ୍ଦ ସଫଳ

ଉଲୁଣ୍ଡା: ଆମ ଆଦମୀ ପାର୍ଟି ପକ୍ଷରୁ ବୀରମହାରାଜପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଏନଏସି ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ ହୋଇଛି । ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ସୁରେଶ କଳତାଙ୍କ ନେତୃତ୍ୱରେ ଦୀର୍ଘ ପନ୍ଦର ଦିନ ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାପରେ ଆଜି ବୀରମହାରାଜପୁର ବନ୍ଦ ଡାକରା ଦିଆଯାଇଥଲା । ଆଜି ଏହି ବନ୍ଦ ଫଳରେ ଦୋକାନ ବଜାର, ଯାନବାହାନ, ସ୍କୁଲ କଲେଜ, ଅଫିସ, କୋର୍ଟ କଚେରୀ ସବୁ ବନ୍ଦ ରହିଥିଲା । ଉକ୍ତ ବନ୍ଦ ପାଳନରେ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ସୁରେଶ କଳତା, ପୃଥ୍ୱୀରାଜ ଜଗଦଲା, ଘନଶ୍ୟାମ ଭୋଇ, ହାଡୁ ମେଣ୍ଡିଲି, ପ୍ରଦୀପ ଭୋଇ, ରାଜୁ କଲେତଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏକମାସ ମଧ୍ୟରେ ଯଦି ବୀରମହାରାଜପୁରକୁ ଏନଏସି ଘୋଷଣା ନକଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ଆମ ଆଦମୀ ପାର୍ଟି ତରଫରୁ ଧମକ ଦିଆଯାଇଛି ।

Comments (0)
Add Comment