ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ, ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ପୁରୀ : ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ । ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ । ଚାରିଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ହୋଇଛି ନୋଟିସ । ୨୦୧୮ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରତି ବୁଧବାର ବନକଲାଗି କରାଯିବ । କିନ୍ତୁ ଛଅବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବା ବେଳେ ଏବେ କାହିଁକି ଗୁରୁବାର କରିବା ପାଇଁ ଜିଦ୍‌ ଧରୁଛି ନିଯୋଗ । ନିଳାଦ୍ରୀ ବିଜେ ପରଠାରୁ ଏଯାବତ ହୋଇନାହିଁ ମହାପ୍ରଭୁଙ୍କ ବନକଲାଗି ନିତି ବା ଶ୍ରୀମୁଖ ସୃଙ୍ଗାର ନୀତି । ସେପଟେ ଦୁଇଦିନ ମଧ୍ୟରେ ନୋଟିସର ଜବାବ ଦିଆଯିବ । ଆମେ ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ବନକଲାଗି କରିବାକୁ ଗୁରୁବାର ପ୍ରସ୍ତୁତ ଥିଲୁ । ହେଲେ ପ୍ରଶାସନର ଅବହେଳା ଯୋଗୁଁ ନୀତି ହୋଇପାରିଲା ନାହିଁ । ତେଣୁ ସତ୍ତ୍ୱଲିପି ଆଧାରରେ ବନକଲାଗି କରାଯିବା ଦରକାର । ନହେଲେ ସତ୍ତ୍ୱଲିପିକୁ ଉଚ୍ଛେଦ କରିଦିଅନ୍ତୁ ପ୍ରଶାସନ । ଆବଶ୍ୟକ ପଡିଲେ କୋର୍ଟର ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଦତ୍ତମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର । ସେପଟେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି ।

Comments (0)
Add Comment