ହରଭଙ୍ଗା : ତିଲେଶ୍ୱର ଫ୍ରେଣ୍ଡ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ତିଲେଶ୍ୱର ଲାଲ ବାହାଦୁର ହାଇସ୍କୁଲ ଫକୀର ଚରଣ ଖେଳ ପଡିଆରେ ଆଜି ଦ୍ୱିତୀୟ ଦିନରେ ପହଂଚିଛି । ଆଜି ଦ୍ୱିତୀୟ ଦିନ ଖେଳରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନିତା ନାୟକ, ସମ୍ମାନିତ ଅତିଥି ଭାବେ ପୁରୁଣାକଟକ ବନ ବିଭାଗ ରେଞ୍ଜ ଅଧିକାରୀ ଜୟନ୍ତ କୁମାର ଦାସ, ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ବୀରେନ୍ଦ୍ର କୁମାର ପୃଷ୍ଟି, ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମାଝୀ, ଧଳପୁର ସରପଞ୍ଚ ସୁଜାତା କର୍ଣ୍ଣ ଓ ଅନ୍ୟତମ ଅତିଥିଭାବେ କମିଟି ସଭାପତି ତଥା ଝୁନୁ ବେହେରା, କମିଟି ସମ୍ପାଦକ ରମେଶ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜିର ଖେଳରେ ବିଏସଏଫ୍ କ୍ଳବ ସୋନପୁର ସହିତ ବିଏଫସି କୁଚିଣ୍ଡା ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଦେଖିବାକୁ ମିଳିଥିଲା ଓ ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ ବିଏସଏଫ୍ ସୋନପୁର ୧/୦ଗୋଲ ସ୍କୋର କରି ଆଜିର ଖେଳରେ ବିଜୟୀ ହୋଇଥିଲେ । ଆଜିର ଖେଳକୁ ସୁବ୍ରତ କୁମାର ପୁରୋହିତ,ମାନସ କୁମାର ବିଶ୍ୱାଳ ଓ ସୁଜିତ ରାଜହଂସ, ଖେଳ ପରିଚାଳନା କରିଥିବା ବେଳେ ପରିଚାଳନା କମିଟିର ସୁଶୀଲ ଦେହୁରୀ, ଦେବରାଜ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସୁଜ୍ଞାନ କର୍ଣ୍ଣ, କାଦମ୍ବିନୀ ଯୋଶୀ କୋଷାଧ୍ୟକ୍ଷ ନିକୁଞ୍ଜ ବେହେରାଙ୍କ ସମେତ ଫ୍ରେଣ୍ଡ୍ସ ଆସୋସିଏସନର ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ ।