ପାରଳାଖେମୁଣ୍ଡି : ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ସେବା ପ୍ରାଧିକରଣର ସଚିବ ରବି ନାରାୟଣ ବେହେରା ଯୋଗ ଦେଇ ସ୍ଥାୟୀ ଲୋକ ଅଦାଲତ କଣ ଏବଂ କାର୍ଯ୍ୟ ବିଷୟରେ ଉପସ୍ଥିତ ଜନ ସାଧାରଣଙ୍କୁ ସଚେତନତା କରାଇଥିଲେ ଏବଂ ଆଇନ ସେବା ପ୍ରାଧିକରଣ ବିଭିନ୍ନ ଯୋଜନା ଯଥା ପିଡିତା କ୍ଷତିପୂରଣ ରାଶି, ମାଗଣା ଆଇନ ସେବା, ଲୋକ ଅଦାଲତ ଉପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଶୀନଗର କପିଳେଶ୍ୱର ତାଣ୍ଡି, କାଶୀ ନଗର ପୋଲିସ ଷ୍ଟେସନ ଆଇଆଇସି ସୁଶାନ୍ତ କୁମାର ସାହୁ ଓ ସିଡିପିଓ କାଶୀ ନଗର ଶ୍ରୀମତୀ କନକଲତା ପୂଜାରୀ ଯୋଗ ଦେଇ ମହିଳା ଓ ଶିଶୁମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ବିଷୟରେ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମର ଶେଷରେ କିଛି ଲୋକଙ୍କ ରହିଥିବା ଆଇନଗତ ସମସ୍ୟାର ସମାଧାନ କିପରି ହୋଇପାରିବ ଏବଂ ଏହି ବିଷୟରେ ପ୍ରାଧିକରଣର ଭୂମିକା କ’ଣ ଉକ୍ତ ଲୋକଙ୍କୁ ସଚେତନତା କରାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।