ପୁରୀରେ ଭକ୍ତଙ୍କ ଭାବାବେଗ ସହ ସାଂଘାତିକ ଖେଳ, ବିକ୍ରି ହେଉଛି ନକଲି ମହାପ୍ରସାଦ

ପୁରୀ : ପୁରୀରେ ଭକ୍ତଙ୍କ ଭାବାବେଗ ଓ ଭକ୍ତି ସହିତ ସାଂଘାତିକ ଖେଳ । ମହାପ୍ରସାଦ ଦେବା ନାରେ ଭକ୍ତଙ୍କୁ ଦିଆଯାଉଛି ଧୋକା । ବାହାରେ ଅନ୍ନ, ଡ଼ାଲି, ବେସର, ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି କରି ମାଟି କୁଡୁଆରେ ଭର୍ତ୍ତି କରି ମହାପ୍ରସାଦ ନାମରେ ବିକ୍ରୀ କରାଯାଉଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବକୁ ମିଳିଛି ପୁରୀ ଲୋକନାଥରୋଡ ପାଇକ ସାହିରେ । ଏକ ଅସ୍ଥାୟୀ ଟେଣ୍ଟ ଲଗାଯାଇ ରୋଷେଇ କରାଯାଇ ନକଲି ଅବଢ଼ା ପ୍ରସ୍ତୁତ କରାଯାଉଅଛି । ଏହି ଖବର ମିଳିବା ପରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ସେଠାର ପହଞ୍ଚି ଥିଲେ ସେଠାର ରୋଷେଇ କରି ନକଲି ଅବଢ଼ା ପ୍ରସ୍ତୁତିରେ ଲାଗିଥିବା କିଛି ଲୋକ ଫେରାର ହୋଇ ଯାଇଥିଲେ । ସେଠାରେ ରୋଷେଇ କରୁଥିବା ରୋଷେୟା କହିଚନ୍ତି ଏହା ଏକ ସୁଧଘର କାର୍ଯ୍ୟ ପାଇଁ ଅନ୍ନ, ଡ଼ାଲି, ବେସର ପ୍ରସ୍ତୁତ କରାଯାଉଥିଲା । ତେବେ ଶୁଦ୍ଧ ଘର ପାଇଁ ପ୍ରସ୍ତୁତ ଖାଦ୍ୟ କାହିଁକି ଡିଶରେ ରଖା ନ ଯାଇ କୁଡୁଆରେ ଭର୍ତ୍ତି କରାଯାଇଛି ସେ ପ୍ରଶ୍ନର ରୋଷେୟା ସଠିକ୍‌ ଜବାବ ଦେଇ ପାରି ନଥିଲେ । ସେହିପରି ରୋଷେଇରେ ଥିବା ଅନ୍ୟ ବ୍ୟକ୍ତି କାହିଁକି ମିଡ଼ିଆଙ୍କୁ ଦେଖି ଫେରାର ହେଲେ ସେ ନେଇ ମଧ୍ୟ ରୋଷେୟା ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ପରେ କିଛି ସମୟ ପରେ ରୋଷେୟା ମଧ୍ୟ ଘଟଣା ସ୍ଥଳରୁ ଚଂପଟ ମାରିଥିଲେ । କିଛି ଅସାଧୁ ସେବାୟତ ମହାପ୍ରଭୁଙ୍କ ଭକ୍ତ ମାନଂକୁ ଅବଢ଼ା ଯୋଗାଇ ଦେବା ନା ରେ ଅର୍ଥ ନେଇ ବାହାରେ ରୋଷେଇ କରି ଅବଢ଼ା ନାମରେ ବିକ୍ରୀ କରୁଥିବା ସ୍ପଷ୍ଟ ହୋଇଚି । । ସେପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଗତକାଲି ଠାରୁ ଏହି ରୋଷେଇ ଚାଲିଚି । ଟ୍ରଲି ମାଧ୍ୟମରେ ଏହାକୁ ନିଆଯାଉଛି । ତେବେ ଶ୍ରୀ ମନ୍ଦିର ନିର୍ମିତ ହେଉଥିବା ମହାପ୍ରସାଦକୁ ବାହାରେ ତିଆରି କରି ବିକ୍ରୀ କରିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଜଗନ୍ନାଥ୍‌ ପ୍ରେମୀ । ପ୍ରଶାସନ ତୁରନ୍ତ ନକଲି ଅବଢ଼ାକୁ ଜବତ କରି ଦୋଷୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଜଗନ୍ନାଥ ପ୍ରେମୀ ଦାବୀ କରିଛନ୍ତି ।

Comments (0)
Add Comment