ହରଭଙ୍ଗା ବ୍ଲକ ବିଭିନ୍ନ ସ୍ଥାନରେ ଡାଲଖାଇ ଯାତ୍ରା

ହରଭଙ୍ଗା : ହରଭଙ୍ଗା ବ୍ଳକର ବିଭିନ୍ନ ସ୍ଥାନରେ ଡାଲଖାଇ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପର୍ବ ଅବସରରେ ଚାରିଛକରେ ଡାଲଖାଇ ଯାତ୍ରା ହୋଇଥିବା ବେଳେ ଠିଁଡ଼ିକାଜୋର ଗ୍ରାମରୁ ଢୋଲ ନିଶାନ,ତାସା ଭୋଗ ଭାର ସହ ଏକ ପଟୁଆରରେ ଗ୍ରାମର ଶତାଧିକ ପୁରୁଷ ମହିଳା ଡାଲଖାଇ ମୁଣ୍ଡିଆକୁ ପହଁଚି ପୂଜାର୍ଚ୍ଚ଼ନା ପରେ ପୁନର୍ବାର ମାଁ ଲକ୍ଷ୍ମୀ ନିଜ ଆସ୍ଥାନକୁ ଫେରାଇ ନିଆ ଯାଇଥିବା ପରମ୍ପରା ଦେଖିବାକୁ ମିଳିଥିଲା । ପରଦିନ ଠିଡ଼ିକା ଜୋର ଡାଲଖାଇ ପଡିଆରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି କାର୍ଯ୍ୟକ୍ରମଟି ବହୁ ବର୍ଷ ହେଲା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ସଭାପତି କୃଷ୍ଣଚନ୍ଦ୍ର ମଲିକ ସେକ୍ରେଟାରୀ ଯୁଗଳ କିଶୋର କହଁର, କୋଷାଧ୍ୟକ୍ଷ ପ୍ରମୋଦ ମଲିକ, ଦେହୁରି ଅନିଲ ମଲିକ, ବାହକ ସୁମନ୍ତ ମଲିକ ପ୍ରମୁଖ ଯାତ୍ରାକୁ ସହଯୋଗ କରିଥିଲେ । ସେହିପରି ତିଳେଶ୍ୱରଠାରେ ମଧ୍ୟ ମାର୍ଗଶିର ଶେଷ ଗୁରୁବାର ଦିନ ଭୁଆସିନି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଗ୍ରାମର ଶତାଧିକ ପୁରୁଷ ମହିଳା ପାଟୁଆର ସହ ଗ୍ରାମର ଗଁଉତିଆ ବ୍ରହ୍ମାନନ୍ଦ ପ୍ରଧାନଙ୍କ ଘରୁ ଭୋଗ ରାଗ ଘେନି କୁକୁଟେଶ୍ୱର ନାଳରେ ଥିବା ପୀଠସ୍ଥଳୀଙ୍କୁ ନେଇଥାନ୍ତି । ସେଠାରେ ପୂଜା ଅର୍ଚ୍ଚନା ପରେ ଭକ୍ତ ମାନେ ମାନସିକ କରି ଫେରିଥାନ୍ତି । ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥାଏ । ସେହିପରି ଖରଭୂଇଁ, ବୁକେସିଙ୍ଗା,ତଳଗାଁ ପଞ୍ଚାୟତ ଡାକ ପଦର, ଭାବପୁର ଆଦି ଗ୍ରାମରେ ଏହି ଡାଲଖାଇ ଯାତ୍ରା ମହାସମାରୋହରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି ।

Comments (0)
Add Comment