ଉଠା ଜଳସେଚନ ବିଭାଗ ସମ୍ମିଶ୍ରଣ କର୍ଯ୍ୟର ସମୀକ୍ଷା ବୈଠକ

ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲାସ୍ତରୀୟ ଉଠା ଜଳସେଚନ ବିଭାଗର ସମ୍ମିଶ୍ରଣ କାର୍ଯ୍ୟର ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କୃଷିର ଉନ୍ନତି ଓ ବିକାଶ ପାଇଁ ଆବଶ୍ୟକ ଉଠା ଜଳସେଚନର ସୁବିଧା ନେ଼ଇ ଚାଷୀ କିପରି ନିଜ ଜମିରେ ରବି ଓ ଖରିଫ୍‌ ଋତୁରେ ବିଭିନ୍ନ ଚାଷ କରି ଲାଭବାନ ହୋଇପାରିବେ ସେ ସମ୍ପର୍କରେ ବୈଠକରେ ସମୀକ୍ଷା କରଯାଇଥିଲା । ଆର୍ଥିକ ବର୍ଷରେ ଲକ୍ଷ୍ୟ ଧାର୍ଯ୍ୟ ମୁତାବକ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଆବଶ୍ୟକ ବୋର୍‌ୱେଲ କାମ ଆସନ୍ତା ମେ ମାସ ୩୧ ସୁଦ୍ଧା ସାରିବା ପାଇଁ ବୈଠକରେ ସଂପୃକ୍ତ ଅଧିକାରୀ, ବୋର୍‌ ୱାଲ୍‌ କାମ କରୁଥିବା ସଂସ୍ଥାର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଉଛି । ଏହି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ମାନ୍ୟବର ଲୋକସଭା ସଦସ୍ୟ ନବରଙ୍ଗପୁର ରମେଶ ଚନ୍ଦ୍ର ମାଝୀ, ମାନ୍ୟବର ବିଧାୟକ ଡାବୁଗାଁ ତଥା ଅଧକ୍ଷ ଜିଲ୍ଲା ଯୋଜନା ବୋର୍ଡ ମନୋହର ରନ୍ଧାରୀ, ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନି, ମାନ୍ୟବର ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ମାନ୍ୟବର ଉପଦେଷ୍ଟା ଉଠା ଜଳସେଚନ ନିଗମ ଓଡିଶା, ପ୍ରମୋଦ କୁମାର ପାଢ଼ୀ, ଜିଲ୍ଲା ଉଠା ଜଳସେଚନ ବିଭାଗ ସମ୍ମିଶ୍ରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶେଷ କରି ଡ୍ରିପ୍‌ ଜଳଚେଚନ ମଧ୍ୟମରେ ଚାଷୀ କିପରି ଅଧିକ ଅମଳ କରି ଲାଭବାନ ହୋଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏଥିରେ ଜିଲ୍ଲା ଉଠା ଜଳସେଚନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ, ଜିଲ୍ଲା ମୁଖ୍ୟ କୃଷୀ ଅଧିକାରୀ ଜି, ଭେଙ୍କଟ ରେଡ୍ଡୀ, ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଚନ୍ଦ୍ରମୋହନ ସାହୁ, ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ, ଅଭିଜିତ ପାଢ଼ୀ, ଉଠା ଜଳସେଚନ ସହିତ ଜଡିତ ନିଜ ନିଜ ବିଭାଗ ର ଅଗ୍ରଗତି କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ଉଠା ଜଳସେଚନ ବିଭାଗ ତରଫରୁ ଆୟୋଜିତ ଏହି ସମୀକ୍ଷା ବୈଠକକୁ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ ପରିଚାଳନା କରିବା ସହିତ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇଥିଲେ ।

Comments (0)
Add Comment