ଟିକାବାଲି: ଟିକାବାଲି ଥାନାରେ ଆଜି ଦିନ ୧୧ ଘଣ୍ଟିକା ସମୟରେ ଥାନାର ବେରାକ୍ରେ ରୁମ୍ ମଧ୍ୟରେ ଫ୍ୟାନରେ ଗାମୁଛାରେ ଫାସ ଦେଇ କାର୍ଯ୍ୟରତ ପୋଲିସ କନଷ୍ଟେବଲ ଶ୍ରୀନିବାସ ଘଟାଲ ଆତ୍ମହତ୍ୟା କରିଥିବା ଜଣାପଡିଛି । କନଷ୍ଟେବଲଙ୍କ ନିଜ ଘର ଫୁଲବାଣୀ ଡାକପଲା ଗ୍ରାମର ବୋଲି ଜଣାପଡିଛି । ଆଜକୁ ସେ ଦୀର୍ଘ ଦୁଇ ବର୍ଷ ହେବ ଟିକାବାଲି ଥାନାରେ ପୋଲିସ କନଷ୍ଟେବଲ ଭାବେ କାର୍ଯ୍ୟ ତୁଲାଉଥିଲେ । ଆଜି ତାଙ୍କର ସାଥୀ କର୍ମଚାରୀ ଉପର ମହଲାକୁ କୌଣସି କାମରେ ଯାଇଥିଲେ ଓ ତାଙ୍କୁ ଡାକିଥିଲେ । କିନ୍ତୁ ଭିତରୁ ସେ ଉତ୍ତର ଦେଇ ନ ଥିଲେ ଫଳରେ ଝରକା ଫାଙ୍କରେ ଦେଖିବା ପରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିଥିଲେ । ତୁରନ୍ତ ତଳକୁ ଆସି ଥାନା ଅଧିକାରୀଣୀ କଲ୍ୟାଣୀମୟୀ ଷେଣ୍ଢଙ୍କୁ ସୂଚନା ଦେଇଥିଲେ । ତୁରନ୍ତ ଥାନା ଅଧିକାରୀ କଲ୍ୟାଣୀମୟୀ ଷେଣ୍ଢ ଘଟଣା ସ୍ଥଳକୁ ପହଞ୍ଚି ଦେଖିଲା ବେଳକୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଶ୍ରୀନିବାସ ଘଟାଲଙ୍କୁ ଦେଖିଥିଲେ । ଥାନା ଅଧିକାରିଣୀ ଜିଲ୍ଲା ଅରକ୍ଷୀ ଅଧ୍ୟକ୍ଷଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ପାତ୍ରଙ୍କ ଆଦେଶ କ୍ରମେ ଘଟଣା ସ୍ଥଳରେ ଜି ଉଦୟଗିରି ଏସ୍ଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ଓ ଜି ଉଦୟଗିରି ଆଇଆଇସି ଅଜୟ କୁମାର ସ୍ୱାଇଁ , ଏଏସ୍ଆଇ ବିନୟ କୁମାର ମହାରଣା,ଏବଂ ବାଲିଗୁଡା ଉପଖଣ୍ଡର ଏସ୍ଡିପିଓ ରୋହିତ୍ ବୋର୍ମା, ଟିକାବାଲି ଥାନାରେ ପହଞ୍ଚିବା ପରେ ସମସ୍ତ ବିଷୟ ଆଲୋଚନା କରି ଅବିଳମ୍ବେ ତାଙ୍କ ପରିବାରଙ୍କୁ ଖବର ଦିଆଯାଇଥିଲା । ଏହି ଖବର ପାଇ ଶ୍ରୀନିବାସଙ୍କ ସ୍ତ୍ରୀ ଏବଂ ତାଙ୍କ ସଂପର୍କୀୟ ଲୋକେ ଟିକାବାଲି ଥାନାରେ ପହଞ୍ଚଥିଲେ । ଟିକାବାଲି ଆଇଆଇସି, ଉଦୟଗିରି ଏସ୍ଡିପିଓ, ବାଲିଗୁଡା ଏସ୍ଡିପିଓଙ୍କ ମିଳିତରେ ତାଙ୍କ ସ୍ତ୍ରୀଙ୍କୁ ବୁଝାସୁଝା କରିଥିଲେ । ଦୁଇ ଜଣ ଏସ୍ଡିପିଓ ଓ ଦୁଇ ଜଣ ଆଇଆଇସିଙ୍କ ସମେତ ତାଙ୍କ ସ୍ତ୍ରୀଙ୍କ ଉପସ୍ଥିତରେ ଆତ୍ମହତ୍ୟା କରିଥିବାରୁମ୍ ଯାଇ କବାଟ ଖୋଲିଥିଲେ । କିଛି ସମୟ ତଦନ୍ତ ପ୍ରକ୍ରିୟା ପରେ ଫ୍ୟାନ୍ରେ ଝୁଲୁଥିବା ମୃତଦେହ ତଳକୁ କାଢିଥିଲେ ଓ କେସ୍ ନଂ ୧/୨୦୨୩ ରେ ଏକ ମାମଲା ରୁଜୁକରି ଶବ ବ୍ୟବଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଟିମ୍ ହ୍ୟୁମାନିଟି ପକ୍ଷରୁ ହିରୋ ଥାନାରେ ପହଞ୍ଚି ମୃତ ଶବକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ, ସେଠାରୁ ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି । ତେବେ ଏଠାରେ ପ୍ରଶ୍ନ ଉଠେ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସନ୍ଦେହ ଘେରରେ । ମାନସିକ ଚାପରେ ଥିଲେ, ନା ପାରିବାରିକ ସମସ୍ୟା,ନା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ କେହି କିଛି କହି ପାରୁନାହାଁନ୍ତି । ଏହି ବିଷୟରେ ପୋଲିସ ମଧ୍ୟ ସାମ୍ବାଦିକ ମାନଙ୍କ ଆଗରେ କିଛି କହିବା ପାଇଁ ନାରାଜ । ତେବେ ଘୁ.ଉଦୟଗିରି ଥାନାରେ ବିଗତ ୭ ମାସ ପୂର୍ବରୁ ଜଣେ କାର୍ଯ୍ୟରତ ଏଏସଆଇଙ୍କ ଆତ୍ମହତ୍ୟା ଘଟଣା ଲୋକଙ୍କ ମନରୁ ଯାଇନଥିବା ବେଳେ ପୁଣି ଅନ୍ୟ ଏକ ଘଟଣା ସାମ୍ନାକୁ ଆସିବା ଦୁଃଖର ବିଷୟ । ଥାନା ପରିସର ମଧ୍ୟରେ ନିଜ କ୍ୱାର୍ଟର ମଧ୍ୟରେ ଆତ୍ମହତ୍ୟା କରିବା ପରିତାପର ବିଷୟ । ମୃତ ଶ୍ରୀନିବାସଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ଝିଅ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ବେଳେ ପୁଅ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି । ସେମାନେ ପିଅନପଡ଼ା ଠାରେ ରହୁଛନ୍ତି । ତେବେ ସୁନାର ସଂସାର ଛାଡ଼ି କେଉଁ କାରଣରୁ ଏହିପରି ମୃତ୍ୟୁର ପନ୍ଥା ବାଛିଲେ ତାହା ସନ୍ଦେହ ଘେରରେ । ତେବେ ଅଧିକ ତଦନ୍ତ ଚାଲିଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।