ହରଭଙ୍ଗା ବ୍ଲକ କଳା ସଂସ୍କୃତି ସଙ୍ଘର ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବ୍ଲକ କଳା ସଂସ୍କୃତି ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକ ବୈଷ୍ଣବ ମହାକୁଡ଼ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସଙ୍ଘର କଳାକାର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ସମସ୍ତ ସଦସ୍ୟଙ୍କ ମନୋନୀତରେ ସଙ୍ଘର ନୂତନ କମିଟି ଚୟନ କରାଯାଇଥିଲା । ସଙ୍ଘର ପୂର୍ବତନ ବ୍ଲକ ଉପସଭାପତି ଥିବା କଳାକାର ବାଞ୍ଛାନିଧି ପ୍ରଧାନ ଉକ୍ତ ପଦବିରୁ ଓହରିଯିବା ସହ ନିଜର ଇସ୍ତଫା ପତ୍ରକୁ ହରଭଙ୍ଗାବ୍ଲକ ବିଡ଼ିଓ ତଥା ସଙ୍ଘର ସଭାପତି ସ୍ୱପ୍ନିତା ନାଏକଙ୍କୁ ପ୍ରଦାନ କରିଥିଲେ । ପରେ ସଙ୍ଘର ନୂତନ ବ୍ଲକ ଉପ ସଭାପତି ଭାବେ ଅତିରାତ୍ର ପ୍ରଧାନଙ୍କୁ ମନୋନୀତ କରିଥିଲେ । ସେହିପରି ଦଣ୍ଡନୃତ୍ୟର ମୁଖ୍ୟ ଭାବେ ନିର୍ଗୁଣ ମହାକୁଡ଼, ପାଲା ଓ ଦାସ କାଠିଆ ବିଭାଗର ମୁଖ୍ୟ ତ୍ରିଲୋଚନ ସେଠି, ସଂକୀର୍ତନ ବିଭାଗରେ ପଦ୍ମିନୀ ସାହୁ, ମଞ୍ଚ କଳାକାର ଦାୟିତ୍ୱରେ ଦେବେନ୍ଦ୍ର ଥାଟି, ଧ୍ୱନକେଲି ବିଭାଗର ସୁଶାନ୍ତ ସେଠୀଙ୍କୁ ସର୍ବ ସମ୍ମତି କ୍ରମେ ସମସ୍ତ କଳାକାରଙ୍କ ଉପସ୍ଥିତରେ ଚୟନ କରାଯାଇଥିଲା । ଏହି ବୈଠକରେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବିଭାଗର କଳାକାର ମାନେ ଯୋଗଦେଇଥିଲେ ।

Comments (0)
Add Comment