ଅସହାୟ ମହିଳାଙ୍କୁ ସିଲେଇ ଉପକରଣ ସହ ପାଞ୍ଚ ହଜାର ଟଙ୍କା ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

ବୌଦ୍ଧ : ବୌଦ୍ଧ ସହରସ୍ଥିତ ଗାଈଗୋଠ ପଡ଼ିଆ ମାଳିସାହି ଗ୍ରାମର ଅସହାୟ ଅନିତା ଠେଲାଙ୍କୁ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେଇଛନ୍ତି । ଜନଶିକ୍ଷା ସଂସ୍ଥାନ ଦ୍ୱାରା ସିଲେଇ ତାଲିମପ୍ରାପ୍ତ ହୋଇଥିବାରୁ ତାଙ୍କୁ ସିଲେଇ ଉପକରଣ ମେସିନ ଓ ପାଞ୍ଚ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ନିଜେ ରାଜଗାରକ୍ଷମ ହେବା ସହ ପରିବାର ପ୍ରତିପୋଷଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଏହି ସମୟରେ ବୌଦ୍ଧ ଆସିଷ୍ଟାଣ୍ଡ କଲେକ୍ଟର ଚନ୍ଦ୍ରକାନ୍ତ ବେହେରା, ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବିଜ୍ଞା ଦାସ ଉପସ୍ଥିତ ଥିଲେ ।

Comments (0)
Add Comment