ତାଲିମ ଚାଲିଥିବା ବେଳେ ଶିକ୍ଷକ ଅଚେତ, ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ

ପାଟଣାଗଡ଼ : ସ୍ଥାନୀୟ ରମାଇ ହାଇସ୍କୁଲ ପାଟଣାଗଡ଼ଠାରେ ଚତୁର୍ଥ ପର୍ଯ୍ୟାୟ ଚାରିଦିନିଆ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ଉପରେ ଶିକ୍ଷକ ତାଲିମ ଚାଲିଥିବା ସମୟରେ ରେଙ୍ଗାଲି ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ବିବେକାନନ୍ଦ ବରିହା ଅସହ୍ୟ ଗରମ ହେତୁ ଗତକାଲି ଦିବା ୧୨ ଘଣ୍ଟା ସମୟରେ ଅସୁସ୍ଥ ଅନୁଭବ କରି ଚୌକିରୁ ଅଚେତ ହୋଇ ପଡିଯାଇଥିଲେ । ତାଲିମ କେନ୍ଦ୍ରରେ ଉପସ୍ଥିତ ବିଇଓ ଶଙ୍କର ପ୍ରସାଦ ମାଝୀ ଏବଂ ଏବିଇଓ ରତନ ଧରୁଆ ସଙ୍ଗେ ସଙ୍ଗେ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଶିକ୍ଷକ ଜଣକଙ୍କ ମୁଣ୍ଡରେ ଆଘାତ ଲାଗି ଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି । ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ଗ୍ରୀଷ୍ମ ଅବକାଶରେ ତାଲିମ କାର୍ଯ୍ୟକ୍ରମ ବନ୍ଦ କରିବାକୁ ପ୍ରାଥମିକ ଶିକ୍ଷକ ସଂଘ ଦାବୀ ଜଣାଇଛନ୍ତି ।

Comments (0)
Add Comment