୯୩ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ: ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ମାନସୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କଟକ ଜିଲ୍ଲା ନିଆଳି ଥାନା ଅଧୀନ ହଳଦିବସନ୍ତ ଗ୍ରାମରେ ଚଢ଼ାଉ କରି ପ୍ରଦୀପ ସାହୁ (୩୫)ଙ୍କୁ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ଛକରୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ୯୩ ଗ୍ରାମ ବ୍ରାଉନସୁଗାର (ହେରୋଇନ ) ଜବତ କରାଯାଇଛି । ଅଭିଯୁକ୍ତକୁ କୋଣାର୍କ ଅବକାରୀ ଥାନା କେସ ନଂ -୧୫୧/୨୨-୨୩ରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ନଅ ଲକ୍ଷ ତିରିଶି ହଜ଼ାର ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢ଼ାଉରେ ଅବକାରୀ ଏଏସ୍‌ଆଇ ଲୋକନାଥ ପାତ୍ର, ସ୍ୱାଗତିକା ଘଡେଇ, ବିଶ୍ୱଜିତ ମହାପାତ୍ର, ମାନସ ନାଏକ, ଦୀନବନ୍ଧୁ ବାରିକ, ତପନ ପ୍ରଧାନ, ଆଶିଷ କୁମାର ପ୍ରଧାନ, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ । ପ୍ରକାଶଥାଉକି ଏହି ଆସାମୀ ଦୀର୍ଘ ଦିନ ହେଲା ପୁରୀ ଜିଲ୍ଲାର ଉଁ କଳାପଞ୍ଚଣ, ଚାରିଛକ, ନୂଆହାଟ ଏରିଆରେ ନିଶାବେପାର କରିଆସୁଥିଲା ଏବଂ ଅବକାରୀ ଟିମର କଡା ନଜର ଏହା ଉପରେ ରହୁଥିଲା ।

Comments (0)
Add Comment