ମଙ୍ଗୁମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷଙ୍କ ସହ ପୁରୀ ଜିଲ୍ଲା ପ୍ରଶାସନର ବୈଠକ

ପୁରୀ : ମଙ୍ଗୁମଠ ପ୍ରସଙ୍ଗରେ ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷଙ୍କ ସହ ପୁରୀ ଜିଲ୍ଲା ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି । ମଙ୍ଗୁମଠ ସ୍ଥିତି ଅନୁଧ୍ୟାନ କରିଛନ୍ତି ଅଧକ୍ଷଙ୍କ ସହ ଟିମ୍‌ ସଦସ୍ୟ । ମଙ୍ଗୁମଠ ଭଙ୍ଗାଯାଇଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ସଂଖ୍ୟାଲଘୁଙ୍କର ଯେଭଳି କୌଣସି ସମସ୍ୟା ନ ହେବ ସେଥିପ୍ରତି କମିଶନ ସଜାଗ ରହିଛି ବୋଲି କମିଶନ ଅଧକ୍ଷ ସର୍ଦ୍ଦାର ଇକବଲ ସିଂହ ଲାଲପୁରା ସୂଚନା ଦେଇଛନ୍ତି । ଜାତୀୟ ସଂଖ୍ୟାଲଘୁ କମିଶନ ଅଧକ୍ଷ ମଙ୍ଗୁ ମଠ ନିକଟକୁ ଯାଇ ସମ୍ପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମଙ୍ଗୁମଠ ସ୍ଥିତି ଅନୁଧ୍ୟାନ କରିବା ପରେ ଅଧକ୍ଷଙ୍କ ସହ ଟିମ୍‌ ସଦସ୍ୟ ମାନେ ମଠର ବିକାଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ଉନ୍ନତିକରଣ କାର୍ଯ୍ୟ ସହ ମଠ ଗୁଡିକର ପୁନଃରୁଦ୍ଧାର କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ହେଉଛି ମହାପ୍ରଭୁଙ୍କ ଧାମ । ଏଠାରେ ଅନେକ ସାଧୁ ସନ୍ଥ ବାସ କରିଥାନ୍ତି । ଏଠାରେ ଥିବା ମଙ୍ଗୁ ମଠ ସମେତ ସମସ୍ତ ମଠ ଗୁଡିକ ପୁନଃରୁଦ୍ଧାର କାର୍ଯ୍ୟ ଖୁବ ପ୍ରଶଂସନିୟମ ବୋଲି କମିଶନ ଅଧକ୍ଷ ସର୍ଦ୍ଦାର ଇକବଲ ସିଂହ ଲାଲପୁରା ମତ ପ୍ରକାଶ କରିଛନ୍ତି ।

Comments (0)
Add Comment