ଚମ୍ପୁଆ ଏନ୍‌ଏସି ଦ୍ୱାରା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ଚମ୍ପୁଆ:ରଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଆଜି ଚମ୍ପୁଆ ଏନ୍‌ଏସି ତରଫରୁ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଇଅଛି । ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏକ ଜନସଚେତନତା ରାଲି ପରିଷଦ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରି ଲୋକମାନଙ୍କୁ ମହାବାତ୍ୟାର ବିଭିଷିକା ଏବଂ ଏହାର ଉଚିତ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଆଗୁଆ ପଦକ୍ଷେପ ବିଷୟରେ କହିଥିଲେ । ଏଥରେ ବିଭିନ୍ନ ବିଦ୍ୟାଳୟର ଏନ୍‌ଏସି, ସ୍କାଉଟ ଓ ଅନ୍ୟ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଲୋକମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା,ଓ ଭୂମିକମ୍ପ କୁ କିପରି ମୁକାବିଲା କରାଯାଇପାରିବ,ତାହା ଆଜି ଦିନ ମହତ୍ତ୍ୱ ବୋଲି କହିଥିଲେ । ସେହି ଦିନକୁ ମନେ ପକାଇ ପ୍ରତିବର୍ଷ ଆଜିର ଦିନ ଅକ୍ଟୋବର ୨୯କୁ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଇ ଆସୁଛି । ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ ଆଜକୁ ୨୪ ବର୍ଷ ପୂର୍ବେ ଆଜିର ଦିନ ଅର୍ଥାତ୍‌ ୧୯୯୯ ଅକ୍ଟୋବର ୨୯ ତାରିଖର କାଳ ରାତିର ପ୍ରଳୟଙ୍କରୀ ବନ୍ୟା,ବାତ୍ୟା ଓଡ଼ିଶାବାସୀଙ୍କୁ ଦୋହଲାଇ ଦେଇଥିଲା । ବାତ୍ୟାରେ ମୋଟ ୧୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ, ୩ଲକ୍ଷ ଲୋକ ବାସଚ୍ୟୁତ ହୋଇଥିଲେ,୨.୫ପଶୁପକ୍ଷୀ ମରିଥିଲେ ଏବଂ ୨୫ ଲକ୍ଷ ଲୋକ ସର୍ବସ୍ୱାନ୍ତ ହୋଇଥିବା ତଥ୍ୟରୁ ବୁଝାପଡେ । ମହାବାତ୍ୟାରୁ ଶିକ୍ଷା ଲାଭ କରି ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଅନେକ ଆଗୁଆ ପଦକ୍ଷେପ ନେଇ ଜିରୋ ମୃତ୍ୟୁ ଲକ୍ଷ୍ୟରେ କାମ କରି ଚାଲିଛନ୍ତି,ଯାହା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଉଚ୍ଚ ପ୍ରଶଂସିତ ହୋଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶା ଆଜି ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଉଦାହରଣ ପାଲଟିଛି । ସେହି ଦିନକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଅକ୍ଟୋବର ୨୯ ତାରିଖକୁ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରାଯାଇ ଆସୁଅଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏନ୍‌ଏସି ଭାଇସ୍‌ ଚେୟାରମେନ, ସିଏମଏମ ଅନନ୍ତ କୁମାର ସାହୁ, ସ୍ୱଚ୍ଛ ସାଥୀ, କାଉନସିଲର ଓ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ ।

Comments (0)
Add Comment