ନୀତି ସବ କମିଟି ବୈଠକ ଶେଷ,ଫୋକସରେ ଦେବସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ନୀତି

ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଚାଲିଥିବା ନୀତି ସବ କମିଟି ବୈଠକ ଶେଷ ହୋଇଛି।ଶ୍ରୀମନ୍ଦିରରେ ରାଜାନ୍ଦ୍ରିଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନେଇ ନୀତି ସବ କମିଟିରେ ନୀତି ନିର୍ଘଣ୍ଟ ହୋଇଛି। ଅପରାହ୍ନ ୫ ଟାରେ ବସିବାକୁ ଥିବା ଛତିଶା ନିଯୋଗ ବୈଠକରେ ଏ ନେଇ ଆଲୋଚନା କରାଯାଇ ମୋହର ଲଗାଯିବ। ଗତ କିଛି ଦିନ ଧରି ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ନେଇ ବୈଠକରେ କିଛି ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ଶ୍ରୀମନ୍ଦିର ଭିତରେ ଭିତର ଚନ୍ଦନ ଯାତ୍ରା ,ଚନ୍ଦନ ଲାଗି ,ଆଳଟ ଲାଗି ଆଦି ବିଶେଷ ରୀତି ନୀତି ଚାଲୁଥିବାରୁ ନୀତି ବିଳମ୍ବିତ ହେଉଛି। ଶ୍ରୀମନ୍ଦିର ଗାରଦ କାର୍ଯ୍ୟାଳୟରେ ଅଭିଜ୍ଞପ୍ରାପ୍ତ କର୍ମଚାରୀ ନିଯୁକ୍ତି ପାଇଁ ବୈଠକରେ କିଛି ସଦସ୍ୟ ମତ ଦେଇଛନ୍ତି । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସରିବା ପରେ ଶ୍ରୀମନ୍ଦିର ଚାରି ଦ୍ଵାର ପୁରୀ ସହରବାସୀଙ୍କ ପାଇଁ ଖୋଲିବାର ସମ୍ଭାବନା ରହିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି।ବିଶେଷ କରି ଫୋକସରେ ରହିଛି ଆସନ୍ତା ଦେବସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ନୀତି ।ଏହାକୁ ସୁରୁଖୁରୁରେ ସମ୍ପାଦାନ ପାଇଁ ଗୁରୁତ୍ଵ ଦିଆଯାଇଛି।

Comments (0)
Add Comment