ପୁରୀ : ଓଡିଶା ୟୁନିଅନ ଜର୍ଣ୍ଣାଲିଷ୍ଟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଗୃହ ମନ୍ତ୍ରୀ ଓ କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରି କାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମାଜିକ ଜଟିଳ ପରିସ୍ଥିତିରେ ସାମ୍ବାଦିକ ପ୍ରତିବଦ୍ଧତା ରହିଲେ ସୁସମାଜ ପ୍ରତିଷ୍ଠା ହୋଇ ପାରିବେ ବୋଲି ଗୁରୁତ୍ୱାରୋପ କରିଥିଲେ । ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାମ୍ବଦିକଙ୍କ ପ୍ରସଙ୍ଗକୁ ସମର୍ଥନ ଜଣାଇ ସରକାରଙ୍କଠାରେ ଉପସ୍ଥାପନ କରିବାକୁ ପ୍ରକାଶ କରିଥିଲେ । ସଭାରେ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ସୁଭାଶିଷ ଖୁଣ୍ଟିଆ, ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ ରଥ, ସେବାୟତ ଗୌରହରୀ ପ୍ରଧାନ, ସମଜସେବୀ ଚକ୍ରଧର ମହାପାତ୍ର, ଶିଳ୍ପପତି ରାଜକିଶୋର ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପୁରୀ ଜିଲା ସମ୍ବାଦିକ ୟୁନିଅନର ସ୍ୱତନ୍ତ୍ର ପରିଚୟ ରହିବା ସହ ସଂଗଠନ ସୁଦୂର୍ଡ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଜିଲ୍ଲା ସଭାପତି ମଧୁସୂଦନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂଗଠନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୁତ କରାଯାଇଥିଲା ।