ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅମଲାପଡାରେ ଥିବା ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ମା ବ୍ରାହ୍ମଣୀ ଦେବୀ ମନ୍ଦିରର ଚଳିତ ଚୈତ୍ର ମାସର ଆଜି ହେଉଛି ତୃତୀୟ ମଙ୍ଗଳବାର । ମାଙ୍କ ଆଳତି ଦେଖିବାକୁ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ସକାଳୁ ଫୁଲବାଣୀ ଅମଲାପଡ଼ା ସ୍ଥିତ ମାଁ ବ୍ରାହ୍ମଣୀ ଦେବୀ ପୀଠ ଚଳ ଚଞ୍ଚଳ ହୋଇ ଉଠିଥିଲା । ଏହି ମାସର ପ୍ରଥମ ମଙ୍ଗଳବାରଠାରୁ ଆରମ୍ଭ କରି ପ୍ରତି ମଙ୍ଗଳବାର ଭକ୍ତଙ୍କ ଭିଡ କ୍ରମେ ବଢିବାରେ ଲାଗିଥିବା ଦେଖିବାକୁ ମିଳୁଛି । ଏହି ଦେବୀ ପୀଠର ପ୍ରବଳ ଜନସମାଗମ ହୋଇଥିଲା । ବିଶେଷ କରି ସନ୍ଧ୍ୟା ଆଳତି ପୂର୍ବରୁ ବହୁତ ଭକ୍ତ ଦେବୀ ପୀଠରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଆଳତି ଦର୍ଶନ ସହିତ ଢୋଲ କୀର୍ତ୍ତନରେ ନିଜକୁ ହଜାଇ ଦେଇଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପରିଚାଳନା କମିଟି ଏବଂ ଆଳତି ବାହିନୀ ତରଫରୁ ସମସ୍ତ ଭକ୍ତଙ୍କ ନିମନ୍ତେ ଭୋଗ ତଥା ପଣାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।ଏଥି ସହିତ ପ୍ରତ୍ୟେକ ସଂକ୍ରାନ୍ତିରେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଛି । ମନ୍ଦିର କମିଟି ଏବଂ ଆଳତି ବାହିନୀ ସମସ୍ତ ସଦସ୍ୟଙ୍କ ତତ୍ୱାବଧାନତାରେ ମନ୍ଦିର ଉନ୍ନତିକରଣ ଚାଲୁ ରହିଛି ଏବଂ ଉନ୍ନତି କାର୍ଯ୍ୟରେ ସହଯୋଗ ପାଇଁ ମନ୍ଦିର କମିଟି ଏବଂ ଆଳତି ବାହିନୀ ଫୁଲବାଣୀ ବାସୀଙ୍କୁ ଅନୁରୋଧ କରାଯାଇଛି ।