ହରଭଙ୍ଗା :ହରଭଙ୍ଗା ବ୍ଲକ୍ ସମ୍ମିଳନୀ କକ୍ଷ ଠାରେ ବୁଧବାର ଦିନ ଦ ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ଅଲିଭା ମହାସଂଘର ବ୍ଲକ୍ ଅଧିକାରୀ ସାମୂହିକ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରରେ ବିଡ଼ିଓ ସ୍ୱପ୍ନିତା ନାଏକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ସିଡିପିଓ ମିନତି ଦେଓ ଓ ଏପିଓ ହେମନ୍ତ କୁମାର ପ୍ରଧାନଙ୍କ ସମେତ ବ୍ଲକର ୧୫ଟି ପଞ୍ଚାୟତ ମହିଳା ଜନପ୍ରତିନିଧି ପ୍ରତିଭାଗି ଭାବରେ ଯୋଗଦାନ କରିଥିଲେ । ଟିଏଚ୍ପିର କ୍ଷେତ୍ର ପ୍ରଶିକ୍ଷକ ପ୍ରତାପ ମେହେର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ । ଏପିଓ ଶ୍ରୀ ପ୍ରଧାନ ବ୍ଲକରେ ହେଉଥିବା ମନରେଗାର କାର୍ଯ୍ୟ ଶୈଳୀ, ବିଭିନ୍ନ ସରକାରୀ ଯୋଜନା ବିଷୟରେ ଜଣାଇଥିଲେ । ସିଡ଼ିପିଓ ଗ୍ରାମରେ ଜିକେଏସ୍ର କାର୍ଯ୍ୟ,ଶିଶୁଙ୍କ ସୁରକ୍ଷା ଏବଂ ମାଆ ମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଡ଼ିଓ ମହୋଦୟା ପଞ୍ଚାୟତରେ ମହିଳା ଜନ ପ୍ରତିନିଧିଙ୍କର କାର୍ଯ୍ୟ କିପରି ସଠିକ୍ ଭାବରେ ହେବ ସେ ବିଷୟରେ ମତବ୍ୟକ୍ତ କରିବା ସହିତ ପଞ୍ଚାୟତ ଗୁଡିକର ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟରେ କିଭଳି ମହିଳା ଜନପ୍ରତିନିଧି ମାନେ ସକ୍ରିୟ ଅଂଶଗ୍ରହଣ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଅଲିଭା ମହାସଂଘର ସଭାପତି ଚନ୍ଦନା ବେହେରା ଆଗାମୀ ଦିନରେ ସମସ୍ତେ ମିଶି କାର୍ଯ୍ୟ କରିବା ସହିତ ନିଜ ନିଜର ପଦବୀର ପଦମର୍ଯ୍ୟାଦା ରଖିବା ବୋଲି କହିଥିଲେ । ଶେଷରେ କ୍ଷେତ୍ର ସହଯୋଗୀ ସୁପ୍ରିୟା ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।