ସାଂସଦ ପଦ ଫେରିପାଇଲେ ରାହୁଲ, ପୁରୀ ଜିଲ୍ଲା କଂଗ୍ରେସ କର୍ମୀ ଖୁସି ମନାଇଲେ

ପୁରୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ନିଜର ଲୋକସଭା ସଦସ୍ୟତା ପଦ ଫେରି ପାଇଛନ୍ତି । ମୋଦି ସର୍‌ ନେମ୍‌ ମାମଲା ରେ ଦଣ୍ଡିତ ହୋଇଥିବା ରାହୁଲ ଗାନ୍ଧୀଙ୍କ ଜେଲ ଦଣ୍ଡାଦେଶ ଉପରେ ସୁପ୍ରୀମକୋର୍ଟ ରହିତାଦେଶ ଲାଗୁ କରିବା ପରେ ପୁଣି ରାହୁଲ ଗାନ୍ଧୀ ଲୋକସଭା ସଭ୍ୟ ପଦ ଫେରି ପାଇଛନ୍ତି । ତେବେ ଏହାକୁ ନେଇ ସାରା ଦେଶରେ କଂଗ୍ରେସ କର୍ମୀ ଓ ନେତା ଉତ୍ସାହିତ ଥିବା ବେଳେ ବାଜା ବଜାଇ ମିଠା ବାଣ୍ଟି ଖୁସି ମନାଇଛନ୍ତି । ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଜିଲା କଂଗ୍ରେସ ଭବନରେ କଂଗ୍ରେସ କର୍ମୀ ମାନେ ଏକାଠି ହୋଇ ମିଠା ବାଣ୍ଟି ନିଜ ଭିତରେ ଖୁସି ମନାଇଛନ୍ତି । ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି ଏହା ଗଣତନ୍ତ୍ରର ବିଜୟ । ରାହୁଲ ଗାନ୍ଧୀ ଯେଭଳି ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସଂସଦରେ କଡ଼ା ସମାଲୋଚନା କରିଥଲେ, ସେଥିରେ ମୋଦି ସରକାର ଭୟଭୀତ ହୋଇ ଏହି ଷଡ଼ଯନ୍ତ୍ର ରଚିଥିଲେ । ବିରୋଧୀଙ୍କ ସ୍ୱର ଚାପି ଦେବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଲୋକସଭାରୁ ହଟାଇବାକୁ ଷଡ଼ଯନ୍ତ୍ର କରିଥଲେ । ହେଲେ ଭାରତର ନ୍ୟାୟପାଳିକା ଏହାକୁ ହୃଦୟଙ୍ଗମ କରିଛନ୍ତି । କୋର୍ଟ ପ୍ରକୃତ ତଥ୍ୟକୁ ବୁଝି ଏହି ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇଛନ୍ତି । ତେବେ ଏହି ଘଟଣା କଂଗ୍ରେସ କର୍ମୀ ଓ ନେତାଙ୍କୁ ଆହୁରି ଉତ୍ସାହିତ କରିଚି । ଆଗାମୀ ଦିନରେ ଗଣତନ୍ତ୍ର ବିରୋଧୀ ମୋଦି ସରକାରକୁ ହଟାଇବା ପାଇଁ କଂଗ୍ରେସ କର୍ମୀ ଓ ନେତା ଏକାଠି ହୋଇ ବ୍ୟାପକ କାର୍ଯ୍ୟକ୍ରମ କରିବେ । ଦେଶ ବାସି ମୋଦି ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଅତିଷ୍ଠ ହୋଇ ପଡିଛନ୍ତି । ଆଗାମୀ ୨୦୨୪ ରେ ଦେଶରେ କଂଗ୍ରେସ ବିପୁଳ ଭାବେ ଜିତି ଦେଶରେ ସରକାର ଗଢ଼ିବ ବୋଲି ପୁରୀ ଜିଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି ।

Comments (0)
Add Comment