ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ଅଲୌକିକ ପାଦ ଚିହ୍ନ ଦର୍ଶନ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଦେଖିବାକୁ ମିଳିଛି ଅଲୌକିକ ଘଟଣା । ଦାରିଙ୍ଗବାଡି ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମରେ ଥିବା ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ଗତକାଲି ସକାଳୁ ସକାଳୁ ମାଙ୍କର ଅଲୌକିକ ପାଦ ଚିହ୍ନ ଦେଖିବାକୁ ମିଳିଥିଲା । ଯାହାକି ମା’ଙ୍କ ଉତ୍ପତି ସ୍ଥଳରୁ ବାହାରକୁ ଆସିଥିବା ଦେଖିବାକୁ ମିଳିଛି । ପ୍ରତିଦିନ ଭଳି ପୂଜକ ସକାଳୁ ସକାଳୁ ମନ୍ଦିରରେ ପହଞ୍ଚିବା ପରେ ଘଟଣା ବିଷୟରେ ଜାଣିବା ପରେ ଏ ସମ୍ପର୍କରେ ମନ୍ଦିର କମିଟିକୁ ଜଣାଇଥିଲେ । ଘଟଣା ସମ୍ପର୍କରେ ଅଞ୍ଚଳବାସୀ ଜାଣି ଆଶ୍ଚର୍ଯ୍ୟ ଓ ଚକିତ ହୋଇଥିଲେ । ଏହାପରେ ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ମା’ଙ୍କ ପାଦ ଚିହ୍ନ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଥିଲା । ସୂଚନା ପ୍ରକାରେ ସୋମବାର ରାତିରେ ମନ୍ଦିରର ନୀତିକାନ୍ତି ସରିବା ପରେ ପୂଜକ ମନ୍ଦିରର କବାଟ ସମେତ ଗ୍ରୀଲ କବାଟ ବନ୍ଦ କରି ଘରକୁ ଫେରିଥିଲେ । ପୁଣି ମଙ୍ଗଳବାର ଦିନ ସକାଳୁ ମା’ଙ୍କ ନୀତିକାନ୍ତି କରିବା ପାଇଁ ସକାଳୁ ସକାଳୁ ମନ୍ଦିରକୁ ଯାଇଥିଲେ । କିନ୍ତୁ ମନ୍ଦିର ପାଖରେ ମା’ଙ୍କ ଅଳତା ବୋଳା ପାଦ ଚିହ୍ନ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ସେ ମନ୍ଦିର କବାଟ ଖୋଲି ଭିତରେ ଯାହା ଦେଖିଲେ ସେ ନିଜକୁ ବିଶ୍ୱାସ କରିପାରି ନଥିଲେ । ଯାହା କି ମା ଦକ୍ଷିଣକାଳୀଙ୍କ ପୀଠ ସ୍ଥଳରୁ ହିଁ ପାଦଚିହ୍ନ ବାହାରି ବାହାରକୁ ବାହାରି ଆସିଥିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା ଏବଂ ମା’ଙ୍କ ପାଦଚିହ୍ନ ଦେଖିବାକୁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଦୀର୍ଘ ୪ ବର୍ଷ ଧରି ଏହି ମନ୍ଦିରରେ ମା’ ଦକ୍ଷିଣ କାଳୀ ପୂଜା ପାଇ ଆସୁଛନ୍ତି । ଏହା ମା’ ନିଜେ ଉତ୍ପତ୍ତି ହୋଇଥିବା ଗ୍ରାମ ବାସୀ କୁହନ୍ତି ଏବଂ ଏଠାରେ ଅନେକ ସମୟରେ ବହୁ ଆଶ୍ଚଯ୍ୟ କର୍ମ ଗୁଡ଼ିକ ଦେଖିବାକୁ ମଧ୍ୟ ମିଳିଥାଏ । ଏଥି ମଧ୍ୟରୁ ଆଜିର ମାଙ୍କ ପାଦ ଚିହ୍ନ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବା ଗ୍ରାମବାସୀ କହିଛନ୍ତି । ଅଞ୍ଚଳର ଅନେକ ମାନସିକ ଧାରି ଭକ୍ତ ମାଙ୍କ ଆଶିଷ ପାଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ଗ୍ରାମବାସୀ ମା’ଙ୍କ ପୂଜା ଅର୍ଚ୍ଚନା ସହିତ ଆଗକୁ ଆସୁଥିବା ଦଣ୍ଡ ଯାତ୍ରାକୁ ବହୁଆଡମ୍ବରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

Comments (0)
Add Comment