ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ରେଞ୍ଜ କରଡା ସେକ୍ସନ ମଙ୍ଗଳପୁର ଜଙ୍ଗଲରେ ବାରହା ଶିକାର କରୁଥିବା ବେଳେ କୌଣସି ସୁତ୍ରରୁ ଖବରପାଇ ରାଇକିଆ ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ କରଡା ବନବିଭାଗର ଏକ ଟିମ୍ ଗଠନ କରି ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ମଙ୍ଗଳପୁର ଜଙ୍ଗଲରେ ଚଢାଉ କରିଥିଲେ ।ଏହି ଦିନ ମାନଙ୍କରେ ଲୋକମାନେ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି ଓ ଜଙ୍ଗଲ ଜୀବଜନ୍ତୁ ଶିକାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେପଟେ ବନ ବିଭାଗ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ନିଆଁକୁ ଆୟତ୍ତ କରି ପାରୁନାହାନ୍ତି । ଗୋଟିଏ ପଟେ ନିଆଁ ଆୟତ୍ତ କଲାବେଳେ ଅନ୍ୟପଟେ ପୁଣି ନିଆଁ ଲାଗୁଛି । ତେଣୁ ବନ ବିଭାଗ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ରାତିରେ ଅପରେସନ ଆରମ୍ଭ କରିଥିଲେ ଓ ଶିକାର ପାଇଁ ଜଗି ବସିଥିବା ସମୟରେ ଜଣକୁ କାବୁ କରିବାକୁ ସକ୍ଷମ ହୋଇଥିଲେ । ଦେଶୀ ବନ୍ଧୁକ ସହିତ ଗିରଫ ହୋଇଥିବା ବ୍ୟକ୍ତି ସଞ୍ଜୟ ପ୍ରଧାନ (୨୭) ରାଇକିଆ ଥାନା, କରଡ଼ା ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ବାସିନ୍ଦା ତିଥନ ପ୍ରଧାନଙ୍କ ପୁଅ ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ଅନ୍ୟ ଶିକାରୀମାନେ ଫେରାର ହୋଇଥିବା ସନ୍ଦେହ କରାଯାଉଛି । ଏହି ଅପରେସନ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ରହିଛି । ଅନେକ ସଚେତନ କଲେ ମଧ୍ୟ ଲୋକେ ସଚେତନ ହେଉନାହାଁନ୍ତି, ଜଙ୍ଗଲରେ ନିଆଁ ଲଗେଇ ପରିବେଶ ପ୍ରଦୂଷଣ କରିବା ସହିତ ବନ୍ୟଜନ୍ତୁ ମାନଙ୍କର ଜୀବନ ବିପଦ ମୁଖରେ ପକାଉଛନ୍ତି । ଲୋକେ ସଚେତନ ହେଲେ ଜଙ୍ଗଲରେ ନିଆଁ ଲଗାଇବା ନାହିଁ କିମ୍ବା ବନ୍ୟା ଜନ୍ତୁ ମାନଙ୍କୁ ଶିକାର କରିବେ ନାହି, ତେଣୁ ଆଜି ଜଙ୍ଗଲରେ ନିଆଁ ଲଗେଇ ଶିକାର ଅପେକ୍ଷାରେ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସ୍ଥାନୀୟ ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।