ଫୁଲବାଣୀ :- ଓଡିଶା ଟାଏକୋଣ୍ଡୋ ସଙ୍ଘ ଓ ପୁରୀ ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ୩୪ତମ ଓଡିଶା ସବ- ଜୁନିଅର କିରୋଗୀ ଓ ୬ଷ୍ଠ ତମ ପୁମସି ଟାଏକୋଣ୍ଡୋ ଓ ୬ଷ୍ଠ ତମ କ୍ୟାଡଟ କିରୋଗୀ ଓ ପମାସୀ ଟାଏକୋଣ୍ଡୋ ପ୍ରତିଯୋଗିତା ଗରୁଡ ଛକସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ଚଳିତ ମାର୍ଚ୍ଚମାସ ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଅଛି ।
ଏହି ପ୍ରତିଯୋଗିତାରେ ଓଡିଶାରୁ ବିଭିନ୍ନ ଜିଲାରୁ ୪୦୦ରୁ ଉଦ୍ଧ୍ୱର୍ ବାଳକ ଓ ବାଳିକା ଅଂଶଗ୍ରହଣ କରିଛନ୍ତି । ସେଥି ମଧ୍ୟରୁ ଆମ କନ୍ଧମାଳ ଜିଲାରୁ ୧୮ ଜଣ ପ୍ରତିଯୋଗୀ ମଧ୍ୟରେ ୭ବର୍ଷରୁ ୧୪ବର୍ଷ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଛନ୍ତି ।
୧୮ ଜଣକ ମଧ୍ୟରୁ କନ୍ଧାମଆଳ ଜିଲାରୁ ୫ ଜଣ ପିଲା କାଂସ୍ୟ ପଦକ ୧୨ ବର୍ଷରୁ କମ ପିଲା ପାଇଛନ୍ତି ଏବଂ ୩ ଜଣ ପିଲା ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏହି ପିଲାମାନେ ଜାତୀୟ ପ୍ରତିଯୋଗିତା ହବାକୁ ଥିବା ରାଜସ୍ଥାନର କୋଟାରେ ଭାଗ ନେବା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । କନ୍ଧମାଳ ପାଇଁ ଏହା ଗର୍ବ ଆଉ ଗୌରବ । ବର୍ତ୍ତମାନ ଆମର ପିଲାମାନେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ବୋଲି କହିଛନ୍ତି ଜିଲ୍ଲା ସଂଘର ସଭାପତି ପ୍ରତାପ କୁମାର ମୁଖୀ । ଏହି ଅବସରରେ ସେ ପିଲାମାନଙ୍କୁ ଆଶୀର୍ବାଦ କରିଛନ୍ତି ତା ସଙ୍ଗେ ସଙ୍ଗେ ଜିଲ୍ଲାର ସିନିଅର କୋଚ ରମାକାନ୍ତ ବେହେରା, ପ୍ରିତମ ପ୍ରଧାନ ଓ ମଦନ ଦଳବେହେରା ସମସ୍ତ ପିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଓଡିଶା ଟାଇକୋଣ୍ଡ ସଙ୍ଘର ସମ୍ପାଦକ ପିଲାମାନଙ୍କୁ ସମର୍ଦ୍ଧନା ଜଣାଇଛନ୍ତି ଏବଂ ସର୍ବ ଶେଷରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଂଘର ସମ୍ପାଦକ ପ୍ରଭାତ କୁମାର ସାହୁ ସମସ୍ତ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପିଲା ମାନଙ୍କୁ ଜାତୀୟ ସ୍ତରରେ ଯେମିତିକି ଆହୁରି ଭଲ ପ୍ରଦର୍ଶନ କରିବେ ସେ ନେଇ ଉତ୍ସାହିତ କରିଛନ୍ତି ।