ଅସୁରକ୍ଷିତ ଭୋଟ ଦାନ କେନ୍ଦ୍ର ବରପିଟା ପ୍ରାଥମିକ ବିଦ୍ୟାଳୟ

ପାଟଣାଗଡ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପୁଣି ଥରେ ଚର୍ଚ୍ଚାରେ ବରପିଟା ପ୍ରାଥମିକ ବିଦ୍ୟାଳୟ ତଥା ୱାର୍ଡସ୍ତରୀୟ ମତଦାନ କେନ୍ଦ୍ର । ଅନେକ ସମୟରେ ଚର୍ଚ୍ଚାର ପରିସର ଆସିଥିବା ଏହି ବିଦ୍ୟାଳୟରେ ଆଗାମୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବ । କିନ୍ତୁ ଅସୁରକ୍ଷିତ ଭାବରେ ରହିଛି ଏହି ବିଦ୍ୟାଳୟର ଶ୍ରେଣୀ କୋଠରୀ । ଏଠାରେ ହେବ ନିର୍ବାଚନ ପାଇଁ ମତଦାନ । ବିଦ୍ୟାଳୟରେ ଥିବା ଗୋଟିଏ କୋଠରୀରେ ଝରକା ଅଛି କିନ୍ତୁ ଝରକାରେ କବାଟ ନାହିଁ କି ଲୁହା ଛଡ ନାହିଁ । ତେବେ କେଉଁ ସୁରକ୍ଷା ବ୍ୟବସ୍ଥାରେ ହେବ ମତଦାନ । ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଯେଉଁ ଠାରେ ମତଦାନ କେନ୍ଦ୍ର ଏତେ ଅସୁରକ୍ଷିତ ତେବେ ମତଦାନ କେମିତି ହେବ ସେ ନେଇ ମତଦାତାଙ୍କ ମନ ଭିତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments (0)
Add Comment