ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ମା’ ମୃତ, ଝିଅ ଗୁରୁତର

ଭବାନୀପାଟଣା: ସ୍କୁଟିରେ ଯିବା ବେଳେ ୨୬ ନଂ ଜାତୀୟ ରାଜପଥର ଭବାନୀପାଟଣା ପରଦେଶୀ ପଡ଼ା ଠାରେ ଟ୍ରକ୍ ଚକା ତଳେ ଚାପି ହୋଇ ସ୍କୁଟି ଅ।ରୋହୀ ମା’ର ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣାରେ ଝିଅ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଝିଅକୁ ଭବାନୀପାଟଣା ମେଡିକାଲ୍ କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ମୃତକ ମହିଳାଙ୍କ ନାମ ଦିପା ଦୀପ । ଗୁରୁତର ଝିଅ ହେଉଛି ପିହୁ ଦୀପ । ତାଙ୍କ ଘର ବହାଦୁର ବଗିଚା ପଡ଼ା ଅଂଚଳରେ ବୋଲି ଜଣାପଡିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Comments (0)
Add Comment