ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

କୋରାପୁଟ : ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ସୁନାବେଡା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ । ଜୟପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୬ଟି ସ୍ଥାନରେ ଚାଲିଛି ଚଢାଉ। ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କୋରାପୁଟ, ଭୁବନେଶ୍ବର ସମେତ ୬ଟି ସ୍ଥାନରେ ଚଢାଉ  ଜାରି ରହିଛି ।ସୁନାବେଡା ଏନଏସି ଅଫିସ୍, ସୁନାବେଡା ସ୍ଥିତ ସରକାରୀ କ୍ବାର୍ଟର, ଭୁବନେଶ୍ବର ପୋଖରୀପୁଟ ସ୍ଥିତ କନିକା ଆପାର୍ଟମେଣ୍ଟ, ପାରଳାଖେମୁଣ୍ଡି ସୀତାପୁର ସ୍ଥିତ ପୈତୃକ ଘର, ବ୍ରହ୍ମପୁରରେ ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁର ଶକ୍ତିନଗର ସ୍ଥିତ ଦୁଇ ମହଲା ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି ।  ଜୟପୁର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ ୱାରେଣ୍ଟ ବଳରେ ଚଢାଉ ଚାଲିଛି । ଚଢାଉରେ ୫ ଜଣ ଡିଏସପି, ୮ ଜଣ ଇନ୍ସସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Comments (0)
Add Comment