ଆଜି ୪୩ ଡିଗ୍ରି ପହଞ୍ଚିପାରେ ତାତି

ଭୁବନେଶ୍ବର: ଆଜି ରାଜଧାନୀରେ ଖରା ସାଙ୍ଗକୁ ମେଘୁଆ ପାଗ ପରିଲକ୍ଷିତ ହେଉଛି। ତେବେ ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆଜି ୪୩ ଡିଗ୍ରି ପହଞ୍ଚିପାରେ ତାତି ବୋଲି ଅନୁମାନ କରାଯାଉଛି। ସୁନ୍ଦରଗଡ଼, ଦେବଗଡ଼, ନୟାଗଡ଼, ସୋନପୁର ଆଦି ଜିଲ୍ଲାରେ ଆଜି ୪୨ ଡିଗ୍ରି ପାରଦ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ପଶ୍ଚିମ ଓଡ଼ିଶାରେ ଅନ୍ୟ କିଛି ଜିଲ୍ଲାରେ ୪୦ ଡିଗ୍ରି ଉପରେ ରହିପାରେ ତାପମାତ୍ରା । ଏହାସହ ଉପକୂଳ ଓଡ଼ିଶାର ମଧ୍ୟ ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ।

Comments (0)
Add Comment