କେରାଣ୍ଡି ପଞ୍ଚାୟତରେ ସୁନୀଲ ମହାପାତ୍ରଙ୍କ ପ୍ରତି ବଢୁଛି ଲୋକ ସମର୍ଥନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ କେରାଣ୍ଡି ପଞ୍ଚୟତରେ ସରପଞ୍ଚ ପାର୍ଥୀ ସୁନୀଲ ମହାପାତ୍ରଙ୍କ ପଞ୍ଚୟତରେ ଦିନକୁ ଦିନ ଲୋକ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚନ ସକାଶେ ଲୋକ ବର୍ତ୍ତମାନ ଠାରୁ ପ୍ରକୃତ ପ୍ରାର୍ଥୀ ଗ୍ରାମ ଗୁଡିକରେ ନିର୍ଣ୍ଣୟ କରିସାରିଛନ୍ତି । ଉପଯୁକ୍ତ ପ୍ରାର୍ଥୀକୁ ଭୋଟ ଦେଲେ ପଞ୍ଚୟତର ବିକାଶ ହୋଇପାରିବ ତାହା ଉପରେ ତର୍ଜମା ଚାଲିଛି । ସେହି ପରିପ୍ରେକ୍ଷୀରେ ବର୍ତ୍ତମାନ ଠାରୁ ସରପଞ୍ଚ ପାର୍ଥୀ ସୁନୀଲ ମହାପାତ୍ରଙ୍କ ପ୍ରଚାରରେ ଆଗୁଆ ସହ ଲୋକ ସମର୍ଥନ ବୃଦ୍ଧି ପାଇବାରେ ଦଖିବାକୁ ମିଳିଛି । ଲୋକଙ୍କ ସମସ୍ୟା ପ୍ରାଥମିକ ତା ପଞ୍ଚୟତ ବିକାଶକୁ ଗୁରୁତ୍ୱ ଦେବି କହିଛନ୍ତି । ସେପଟେ ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ପଞ୍ଚାୟତର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ସକେଶ ଲୋକଙ୍କ ପାଖକୁ ଯାଇ ଭୋଟ୍‌ ଭିକ୍ଷା କରୁଥିବାର ଦଖିବାକୁ ମିଳିଛି । ଅଗାମୀ ଦିନରେ ଜନସମର୍ଥନ କାହା ସପକ୍ଷରେ ଯିବ ତାହା ସମୟ ହଁ କହିବ ।

Comments (0)
Add Comment