ଏଣିକି ତପସ୍ୱିନୀଙ୍କୁ ମାସିକ ପାରିତୋଷିକ ୧୭ହଜାର ବଦଳରେ ଏତିକି ଦେବେ ସୁମିତ

ବ୍ରହ୍ମପୁର: ବ୍ରହ୍ମପୁର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ ତପସ୍ୱିନୀ ବିବାଦ ମାମଲାକୁ ନେଇ ଆସିଲା ବଡ ଖବର । ସୁମିତଙ୍କ ପକ୍ଷରୁ ଦିଆଯାଇଥିବା ମାସିକ ପାରିତୋଷିକ ହ୍ରାସ ପାଇଛି । ମାସିକ ୧୭ ହଜାର ବଦଳରେ ୧୦ହଜାର ଦେବାକୁ କୁହାଯାଇଛି । ୧୭ହଜାର ପରିବର୍ତ୍ତେ ମାସିକ ୧୦ହଜାର ଦେବାକୁ ସୁମିତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟତ୍ର ରହଣୀ ବ୍ୟବସ୍ଥା କରାଯାଉଥିବାରୁ ପାରିତୋଷିକ ହ୍ରାସ ଅପିଲ ଥିଲା । ଅପିଲକୁ ଗ୍ରହଣ କରି ମାସିକ ୧୦ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ କୋର୍ଟ ଆହୁରି ମଧ୍ୟ କହିଛନ୍ତି ମାମଲାର ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ତପସ୍ୱିନୀ ଶାଶୁଘରେ ରହିବେ ବୋଲି କୋର୍ଟ କହିଛନ୍ତି । ଏନେଇ ତପସ୍ୱିନୀଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ମାନସ ଚାନ୍ଦ୍‌ ସୂଚନା ଦେଇଛନ୍ତି ।

Comments (0)
Add Comment