ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ୱାରା ଖଜୁରିପଦା ଗ୍ରାମରେ ସ୍ୱୟଂ ସହାୟିକା ମହିଳା ମାନଙ୍କର ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଗତ ୧୨ ତାରିଖଠାରୁ ଚାଲୁଅଛି । ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଖଜୁରିପଦା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମୋଟ ୩୫ ଜଣ ସ୍ୱୟଂ ସହାୟିକା ଗ୍ରୁପ ସଦସ୍ୟା ଏବଂ ସେମାନଙ୍କର ପରିବାରର ମହିଳା ସଭ୍ୟା ତାଲିମ ନେଉଛନ୍ତି । ଗତ ୧୭.୦୨.୨୦୨୨ ଦିନ ଏହି ପ୍ରଶିକ୍ଷାର୍ଥୀମାନେ ଆର-ଉଦୟଗିରିରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । କେନ୍ଦ୍ର ମୁଖ୍ୟ ସଂଗ୍ରାମ ପରମଗୁରୁ ଏବଂ ଅନ୍ୟ ବୈଜ୍ଞାନିକମାନେ ଆମ ପ୍ରଶିକ୍ଷାର୍ଥୀମାନଙ୍କୁ ଛତୁ ଚାଷ ସହିତ ଅନ୍ୟାନ୍ୟ କୃଷି ସମ୍ବନ୍ଧୀୟ ସୂଚନା ଦେଇଥିଲେ । ପ୍ରଶିକ୍ଷାର୍ଥୀମାନଙ୍କ ସହିତ ଆମ ଅନୁଷ୍ଠାନର ପ୍ରାଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଓ କେନ୍ଦ୍ରାପଡାରୁ ଆସିଥିବା ଛତୁ ମାଷ୍ଟର ଅକ୍ଷୟ କୁମାର ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଉଦଯାପନ ହେବ ।

Comments (0)
Add Comment