ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ,ବଢ଼ିଲା ରାଜନୈତିକ ଉଷ୍ମତା

ବାଲିଗୁଡା: ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ଆସନ୍ତା ୨୪ ତାରିଖ ଦିନ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ପ୍ରାର୍ଥିପତ୍ର ଦାଖଲ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ୭ ତାରିଖ, ଯାଞ୍ଚ ୯ ତାରିଖ , ପ୍ରତ୍ୟାହାର ୧୪ ତାରିଖ ରଖାଯାଇଛି । ମତଦାନ ୨୪ ତାରିଖରେ ହେବାକୁ ଥିବା ବେଳେ ୨୬ ତାରିଖ ଦିନ ଗଣତି ଓ ଫଳାଫଳ ଘୋଷଣା । ଉପାଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ଏପ୍ରିଲ ୭ ଓ ୮ ତାରିଖରେ ହେବ । ତାରିଖ ଘୋଷଣା ପରେ ସହରରେ ରାଜନୈତିକ ଉଷ୍ମତା ଦେଖାଦେଇଛି । ସୂଚନା ଯୋଗ୍ୟ ଯେ ବାଲିଗୁଡା ଏନଏସିରେ ୧୩ ୱାର୍ଡ ଜନସଂଖ୍ୟା ୧୪୭୦୪ ପୁରୁଷ ଭୋଟର ୭ହଜାର ୧୭୬ ଓ ମହିଳା ଭୋଟର ୭ ହଜାର୫୨୪ ଓ ତୃତୀୟ ଲିଙ୍ଗ ୪ଜଣ । ୧ନଂ ୱାର୍ଡରେ ୭୫୨ଜଣ ଭୋଟରଙ୍କ ମଧ୍ୟରୁ ପୁରୁଷ ୩୩୯ ଓ ମହିଳା ୪୧୩, ୨ନମ୍ବର ୱାର୍ଡରେ ୧ହଜାର ୪୯୬ଜଣରୁ ପୁରୁଷ ୭୧୭ ଓ ମହିଳା ୭୭୯, ୩ନମ୍ବର ୱାର୍ଡରେ ୯୦୨ ଭୋଟର ମଧ୍ୟରୁ ପୁରୁଷ ୪୨୧ ଓ ମହିଳା ୪୮୦ , ତୃତୀୟ ଲିଙ୍ଗ ଜଣେ, ୪ନଂ ୱାର୍ଡରେ ୧୦୩୬ଜଣ ଭୋଟରରୁ ପୁରୁଷ ୪୯୫ ଓ ମହିଳା ୫୪୧ ଭୋଟର, ୫ନଂ ୱାର୍ଡରେ ୧୩୩୮ ଜଣ ଭୋଟର ଥିବା ବେଳେ ପୁରୁଷ ୬୯୬ ଓ ମହିଳା ଭୋଟର ୬୪୨ଜଣ , ୬ନଂ ୱାର୍ଡରେ ୧୦୬୮ ଜଣଭୋଟର ମଧ୍ୟରୁ ପୁରୁଷ ୫୧୦ ଓ ମହିଳା ମହିଳା ୫୫୮ ଜଣ ଭୋଟର, ୭ ନଂ ୱାର୍ଡରେ ୧୦୧୪ଜଣ ଭୋଟର ସେଥିମଧ୍ୟରୁ ୪୯୫ ଜଣ ପୁରୁଷ ଓମହିଳା ୫୧୮ ମହିଳା ଅଛନ୍ତିଓ ତୃତୀୟଲିଙ୍ଗ ଜଣେ , ୮ନଂ ବର୍ଡରେ ୧୧୨୯ ଭୋଟର ମଧ୍ୟରୁ ପୁରୁଷ ୫୬୮ ଓ ମହିଳା ୫୬୧,୯ନଂ ୱାର୍ଡରେ ଭୋଟର ୮୮୭ ଜଣ ସେଥି ମଧ୍ୟରୁ ୪୫୮ ପୁରୁଷ ଓ ୪୨୯ ମହିଳା ଭୋଟର ୧୦ନଂ ୱାର୍ଡରେ ୧୧୪୦ମୋଟ ଭୋଟର ମଧ୍ୟରୁ୫୮୬ ପୁରୁଷ ଓ ମହିଳା ୫୫୪ ଭୋଟର,୧୧ନଂ ୱାର୍ଡରେ ୮୦୯ ଜଣ ଭୋଟର ମଧ୍ୟରୁ ପୁରୁଷ ୩୮୨ ଜଣ ଓ ମହିଳା ୪୨୬ ଜଣଭୋଟରଓ ତୃତୀୟ ଲିଙ୍ଗି ଜଣେ, ୧୨ନଂ ୱାର୍ଡରେ୧୪୪୫ ମଧ୍ୟରୁ ୬୯୦ ପୁରୁଷ ଓ ମହିଳା ୭୫୫ଭୋଟର,୧୩ନଂ ୱାର୍ଡରେ ୧୬୮୮ ଭୋଟର ମଧ୍ୟରୁ ପୁରୁଷ ୮୧୯ ଜଣ ଓ ମହିଳା ୮୬୮ ଓ ତୃତୀୟ ଲିଙ୍ଗି ଜଣେ ଭୋଟର ଅଛନ୍ତି ।

Comments (0)
Add Comment