ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ଜଣେ ଗିରଫ

ପୁରୀ : ଶ୍ରୀମନ୍ଦିର ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ଜଣେ ବ୍ୟକ୍ତିକୁ ପୁରୀ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଜେ ମହାପାତ୍ର ଓ ସେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର । ପୁରୀ ଏସପି କେ ବିଶାଲ ସିଂହ ସୂଚନା ଅନୁଯାୟୀ ଅଭିଯୁକ୍ତ ଜେ ମହାପାତ୍ର କହିଛି ତାକୁ ଭଲ ନ ଲାଗିବାରୁ ସେ ଚୂଲି ଭାଙ୍ଗି ଦେଇଥିଲେ । ତେବେ ଘଟଣା ପଛରେ କଣ ପ୍ରକୃତ କାରଣ ରହିଛି ଓ ଅଭିଯୁକ୍ତର ମାନସିକ ଅବସ୍ଥା ଭଲ ଅଛି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ କରିବ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ଗତକାଲି ଖୋର୍ଦ୍ଧାରୁ ଜେ ମହାପାତ୍ରକୁ ଧରାଯାଇ ଥିଲା ।

Comments (0)
Add Comment