ବେଲାଦୁଲାରେ ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ

କିଆକଟା : ଆଠମଲ୍ଲିକ ବ୍ଲକ ବେଲାଦୁଲା ଗ୍ରାମରେ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ଆୟଜନରେ ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ରୂପେ ଖେଳ ଶିକ୍ଷକ ଗଜେନ୍ଦ୍ର ଭୋକ୍ତା ଉପସ୍ଥିତ ରହି ଯୁବ ଗୋଷ୍ଠୀଙ୍କୁ ଫିଟ୍‌ ରହିବାର ବାର୍ତ୍ତା ପ୍ରଦାନ କରିଥିଲେ ।
ନିୟମିତ ଯୋଗ କରିବା ଓ ବ୍ୟାୟାମ କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବତନ ଜାତୀୟ ସ୍ୱେଚ୍ଛାସେବୀ ତଥା ଅନୁଷ୍ଠାନର ଉପଦେଷ୍ଠା ପ୍ରତାପ ମେହେର ଫିଟ୍‌ ରହିଲେ ବିଭିନ୍ନ ରୋଗରୁ ଦୂରେ ରହିପାରିବା ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ମାଉଳୀ ଯୁବକ ସଂଘ , ଗଜଲକ୍ଷ୍ମୀ ପୂଜା କମଟି, ସରସ୍ୱତୀ ପୂଜା କମିଟି ସମେତ ଗ୍ରାମ ୪୦ ଜଣ ଯୁବକ ଉପସ୍ଥିତ ଥିଲେ । ଅନୁଷ୍ଠାନର ବିରେନ୍ଦ୍ର ମେହେର, ଦୁଃଖିଶ୍ୟାମ ମେହେର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ସଭାପତି ସୁନିଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment