ବିଶ୍ୱମାତୃ ଭାଷା ଦିବସ ପାଳିତ

ପାରଳାଖେମୁଣ୍ଡି : ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା ଯୋଗ ଦେଇ ଓଡ଼ିଆ ଭାଷାର ସାଂପ୍ରତିକ ସ୍ଥିତି ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଡକ୍ଟର କଲ୍ୟାଣି ମିଶ୍ର ଯୋଗ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଗବତ ପାଢ଼ୀ, ଆଶାଲତା ପାଣିଗ୍ରାହୀ, ଜଗଦୀଶ ଚନ୍ଦ୍ର ମହାପାତ୍ର,ସ୍ୱର୍ଣ୍ଣ ପ୍ରଭା ପାଠି, ମିନା କୁମାରି ଟହଲ, ବିନୋଦ ଚନ୍ଦ୍ର ଜେନା ସମସ୍ତ ବକ୍ତା ସରକାରୀ ସ୍ତରରେ ଓଡ଼ିଆ ଭାଷା ବ୍ୟବହାର ହେଉ ନ ଥିବାରୁ କ୍ଷୋଭ ପ୍ରକାଶ କରିବା ସହ ସମସ୍ତ ଓଡ଼ିଆ ସେମାନଙ୍କର ସମସ୍ତ ନିମନ୍ତ୍ରଣ ପତ୍ର ଓଡ଼ିଆରେ ଲେଖିବା ଓ ଓଡ଼ିଆରେ କଥା ଭାଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉପାନ୍ତ ପହରି ପୂର୍ଣ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଓଡ଼ିଆ ଭାଷାର ଶୁଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରି ସାହିତ୍ୟ ଲୋକ ତୁଣ୍ଡର ଭାଷା ହେବା ଉଚିତ ବୋଲି କହିଥିଲେ । ସେମାନଙ୍କ ମଧ୍ୟରେ ମୁରଲୀ ପରିଚ୍ଛା ଓ ଶରତ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ ତ୍ରିପତି ପ୍ରସଦ ପଣ୍ଡା ।

Comments (0)
Add Comment