ମୁଖ୍ୟ ରାସ୍ତାରେ ଭାସୁଛି ଅପରିଷ୍କାର ଜଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟରାସ୍ତାରେ ଅପରିଷ୍କାର ଜଳ ଭାସୁଛି । ନାଳର ବ୍ୟବସ୍ଥା ନଥିବାରୁ ଅପରିଷ୍କାର ଜଳ ଭାସୁଛି । ରାସ୍ତା ଦୁର୍ଗନ୍ଧମୟ ସାଙ୍ଗକୁ ଯାନବାହନ ଯିବା ସମୟରେ ଅପରିଷ୍କାର ଜଳ ପଥଚାରୀଙ୍କ ଉପରକୁ ଛିଟୁକୁଛି । ଯାହା ଫଳରେ ରାସ୍ତାରେ ଜମିଥିବା ଅପରିଷ୍କାର ଜଳ ଦ୍ୱାରା ମଶା ମାଛି ହୋଇ ବିଭିନ୍ନ ସଂକ୍ରମଣ ରୋଗ ହେବାର ଆଶଙ୍କା ରହିଛି । ଏହି ରାସ୍ତା ଦେଇ ପ୍ରଶାସନିକ ଅଧିକାରୀ, ବିଭାଗୀୟ ଅଧିକାରୀ ଯାତାୟାତ କଲେ ମଧ୍ୟ ଦୃଷ୍ଟି ପଡୁନ ଥିବା ଭଳି ଜଣାପଡ଼ିଛି । ପ୍ରକାଶ ଥାଉ କି ରାସ୍ତା ପ୍ରଶସ୍ତିକରଣ ନାରେ ଦୀର୍ଘ ଦିନ ହେଲା ନାଳର ବ୍ୟବସ୍ଥା ହୋଇପାରୁ ନଥିବା ଜଣାପଡ଼ିଛି । ଜବର ଦଖଲ ଉଚ୍ଛେଦ ପରେ ଏହିଭଳି ଅବସ୍ଥା ଦୀର୍ଘ ଦିନ ହେଲା ଲାଗି ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେବା ସମସ୍ତଙ୍କୁ ଚକିତ କରିଛି ।

Comments (0)
Add Comment