ବୌଦ୍ଧ ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ: ବୌଦ୍ଧ ବ୍ଲକ ସ୍ତରୀୟ ଫେବୃଆରୀ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସକାଳ ୯ଟା ବେଳେ ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ସମୟ ସଚେତନ ହେବା,ବିଦ୍ୟାଳୟ ପରିବେଶ ପରିଷ୍କାର ପରିଛନ୍ନ ରଖିବା, ମୌଳିକ ଭାଷାଜ୍ଞାନ ଓ ଅଙ୍କଜ୍ଞାନ, ପିଲାଙ୍କ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା,ବିଦ୍ୟାଳୟ ବିକାଶ ଯୋଜନା ଓ ସୁରକ୍ଷା ଯୋଜନା ନିଶ୍ଚିତ କରିବା, ବିଦ୍ୟାଳୟ ଜମି ପଟ୍ଟା ସମ୍ୱନ୍ଧୀତ ନଥି ପତ୍ର କେଉଁ ବିଦ୍ୟାଳୟର ରହିଛି, ପ୍ରାଇଭେଟ ଲୋକ ନାମରେ ଥିବା ଜମି କିପରି ଗିଫ୍ଟ ଡିଡ କରାଇବା, ସମସ୍ତ ୟୁ ସି ପ୍ରଦାନ କରିବା ଆଦି ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଘିବେଲା ଆଲୋଚନା କରିଥିଲେ । ଶିକ୍ଷକ ପ୍ରଶିକ୍ଷିକା ଅନୁପମା ମେହେର ବିଦ୍ୟାଳୟ ଆସନ୍ତା ୨୮/୨ରେ ଖୋଲିବ । ପ୍ରଥମ ରୁ ପଞ୍ଚମ ପିଲା ଦୀର୍ଘ ଦିନ ହେଲା ବିଦ୍ୟାଳୟକୁ ଆସୁନଥିବାରୁ ପିଲାଙ୍କୁ କିପରି ଆନନ୍ଦମୟ ପରିବେଶରେ ସ୍ୱାଗତ କରାଯିବ । ୨୮ରୁ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପିଲାଙ୍କ ଆନନ୍ଦ ମୟ ଶିକ୍ଷଣ କାର୍ଯ୍ୟ କରାଇବା । ବିଦ୍ୟାଳୟରେ ପିଲାଙ୍କର ଦକ୍ଷତା ଗୁଡିକର ମୌଳିକ ଧାରଣା ପାଇଁ ଅଭ୍ୟାସ ପୁସ୍ତିକା ସହିତ କିଛି ଶିକ୍ଷଣ କାର୍ଯ୍ୟ କରିବା ବିଷୟରେ ଆଲୋଚନା କରିଥିଲେ । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳ କାନ୍ତ ଦଳବେହେରା ସ୍ୱଚ୍ଛବିଦ୍ୟାଳୟ ପୁରସ୍କାର, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କୋଭିଡଟୀକା ନେଲେ କି ନାହିଁ ଏବଂ ମନିଟରିଙ୍ଗ ଆପ ଉପରେ ଆଲୋଚନା କରିଥିଲେ । ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଅଖିଳ କୁମାର ପ୍ରଧାନ ମଧ୍ୟାହ୍ନଭୋଜନ ଚାଉଳ ବଣ୍ଟନ ଓ ଆବଶ୍ୟକ ରିପୋର୍ଟ ଦେବାକୁ ସୂଚନା ଦେଇଥିଲେ । ସିଆରସିସି ରାଜକୁମାର ପ୍ରଧାନ, ସନ୍ତୋଷ କୁମାର କର୍ଣ୍ଣ, ସଞ୍ଜୟ କୁମାର ଦେହୁରୀ, ରବୀନ୍ଦ୍ର କୁମାର ଦେହୁରୀ, ସନ୍ତୋଷ କୁମାର ଶତପଥୀ, ପୂର୍ଣ୍ଣ ଚନ୍ଦ୍ର କରଡିଆଙ୍କ ସହିତ ସମସ୍ତ ସି ଆର ସି ସି ଉପସ୍ଥିତ ଥିଲେ ।

Comments (0)
Add Comment