ମା ମଣୀନାଗ ଶକ୍ତିପୀଠରେ ବିଜୟା ଏକାଦଶୀ ଓ ବାର୍ଷିକ ଉତ୍ସବ ପାଳିତ

ଦଶପଲ୍ଲା : ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା ମଣୀନାଗ ଠାକୁରାଣୀଙ୍କ ର ବାର୍ଷିକ ଉତ୍ସବ ଓ ବିଜୟା ଏକାଦଶୀ ଉଭୟ ବୈଦିକ ଓ ଆଦିବାସୀ ପରଂପରା ମତେ, ଫାଲଗୁନ କୃଷ୍ଣପକ୍ଷ ନବମୀ, ଦଶମୀ ଓ ଏକାଦଶୀ ଇଂରାଜି ତା ୨୫ / ୨୬ / ୨୭ ତାରିଖ ତିନିଦିନ ଧରି ମହା ସମାରୋହରେ ବୁଗୁଡା ଗ୍ରାମସ୍ଥ ମୂଳ ଶକ୍ତିପୀଠ ଓ ବୁଗୁଡା କଲୋନୀ ଶକ୍ତିପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ନବମୀ ତିଥିରେ ବ୍ରାହ୍ମ ମୂହୁର୍ତ୍ତରେ କଳସଯାତ୍ରା ପରେ ବୈଦିକ ମତେ ମହାଶକ୍ତି ହୋମ ଓ ଅଖଣ୍ଡ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା ।

ଉତ୍ସବର ଦିତୀୟ ଦିବସରେ, ହଜାର ହଜାର ଆଦିବାସୀ ପାରଂପାରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବିରାଜିତା, ଅଭୟ ବରଦାୟିନୀ ମା ମଣୀନାଗ ଠାକୁରାଣୀଙ୍କ ଆଦିପୀଠ ପାହାଡ ମଣୀନାଗଠାରେ ନବଶକ୍ତି ହୋମ ପରେ ଏକ ବିରାଟ ପଟୁଆରରେ ବୁଗୁଡା କଲୋନୀ ସ୍ଥିତ ଶକ୍ତପୀଠକୁ ଆସିବା ପରେ ଆଦିବାସୀ ପରଂପରା କ୍ରମେ ପୂଜାର୍ଚ୍ଚନା ହୋଇଥିଲା । ତୃତୀୟ ଦିବସରେ ଯଥାବିଧି ବିଜୟା ଏକାଦଶୀ ପାଳିତ ହେବାପାଇଁ ଯୋଜନା ରହିଛି । ପ୍ରତିବର୍ଷ ଏହି ପୂଜା ଉତ୍ସବରେ ଦଶପଲ୍ଲା ପଶ୍ଚିମାଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମାତୃକୃପା ଲାଭ କରିଥାନ୍ତି । ଏବର୍ଷ କରୋନା କଟକଣାକୁ ନଜରରେ ରଖି କରୋନା କଟକଣା ଅନୁପାଳନ ପୂର୍ବକ, ପୂଜା ଓ ମହୋତ୍ସବ ଯଥାବିଧି ପାଳନ କରାଯାଇଛି । ପ୍ରତ୍ୟେକ ରାତ୍ରରେ ମଂଚସ୍ଥ ବାଳିକା ରାମନାଟକ ଦର୍ଶକଙ୍କ ମନ ମୋହିଥିଲା ।

Comments (0)
Add Comment