ଦୁଇ ବାଇକ ମୁହାଁମୁହିଁ ଧକ୍କା, ଚାରିଜଣ ଗୁରୁତର

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଆଜି ଦିନ ଦ୍ୱି ପ୍ରହରେ କୋଦଳାଠାରୁ ବୁଗୁଡ଼ା ଅଭିମୁଖେ ଯାଉଥିବା ବାଇକ ସହ ବିପରୀତ ଦିଗରୁ ଆସୁଥିବା ବାଇକ ମଧ୍ୟରେ ଦେଓଗାଁ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୪ ଜଣ ଗୁରୁତର ହୋଇଥିଲେ । ଘଟଣା ସ୍ଥଳରେ ଦେଓଗାଁ ଗ୍ରାମବାସୀ ପହଞ୍ଚି଼ି ସେଇମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେ ସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଦୁର୍ଘଟଣା ହୋଇଥିବା ବ୍ୟକ୍ତି ମାନେ ହେଲେ ବୁଗୁଡ଼ା ଗ୍ରାମର ଶଙ୍କର ସାହୁ, ଶୁଭଶ୍ରୀ ସାହୁ, ଲିପ୍ସାରାଣୀ ସାହୁ ଓ ଥୁରୁବୁରି ଗ୍ରାମର ସୁଦର୍ଶନ ମହାନ୍ତି । ଏଇମାନଙ୍କ ମଧ୍ୟରୁ ଶଙ୍କର ସାହୁ, ଲିପ୍ସାରାଣୀ ସାହୁଏହି ଦୁଇ ଜଣଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ସୁଦର୍ଶନ ମହାନ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଂଚି ଗାଡି ଦୁଇଟିକୁ ସିଜ କରିବା ସହ ତଦନ୍ତ ଚଳାଇଛନ୍ତି ।

Comments (0)
Add Comment