ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କଲେ କଳିଙ୍ଗାବାସୀ

ଘୁ ଉଦୟଗିରି : ସ୍ଥାନୀୟ ବ୍ଳକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଯାହାକି କନ୍ଧମାଳ ଜିଲ୍ଲାର ଏବଂ ପ୍ରମୁଖ ସ୍ଥାନ । କନ୍ଧମାଳ ଜିଲ୍ଲା ପ୍ରବେଶ ଦ୍ୱାରରେ ପଡିବ କଳିଙ୍ଗା ଯାହାକି ପର୍ଯ୍ୟଟନ ଏବଂ କଳିଙ୍ଗା ଘାଟିକୁ ନେଇ ବେଶ ପରିଚିତ । ସେଇଭଳି ଏକ ପ୍ରମୁଖ ସ୍ଥାନରେ ୩ଜି ଓ ୪ ଜି ମୋବାଇଲ ସେବା ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ କଳିଙ୍ଗାରେ ପାନୀୟ ଜଳ ସମସ୍ୟା ଗୁରୁତର ଥିବା ସାଙ୍ଗକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ ରୋଗୀ ସେବା ନିମନ୍ତେ ଡାକ୍ତର ନଥିବା ଭଳି ସମସ୍ୟାକୁ ନେଇ ଆଜି କଳିଙ୍ଗା ଆସିଥିବା ବେଳେ ବିଧାୟକ ସାଲୁଗା ପ୍ରଧାନଙ୍କୁ କଳିଙ୍ଗାବାସୀ କଲ୍ୟାଣମଣ୍ଡପ ଠାରେ ସାକ୍ଷାତ କରି ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଏହି ସମୟରେ କନ୍ଧମାଳ ଜିଲ୍ଲା ବିଜେଡିର ସହ ପର୍ଯ୍ୟବେକ୍ଷକ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଉପସ୍ଥିତ ଥିଲେ ।

Comments (0)
Add Comment