ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଘୁନସର ଏବଂ ପୁଟକେଲଚୁଆଁ ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ତିନୋଟି ମାଓ ବ୍ୟାନର ଲାଗିଛି । ଉଭୟ ହିନ୍ଦୀ ଓ ଓଡିଆ ଭାଷାରେ ଏହି ମାଓ ବ୍ୟାନର ଗୁଡିକ ଲେଖାଯାଇଛି । ରବିବାର ମଧ୍ୟରାତ୍ରୀରେ ଏହି ବ୍ୟାନର ଗୁଡିକ ମରାଯାଇଥିବା ଅନୁମାନ କରାଯାଉଛି । ସୂଚନାନୁଯାୟୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୯ତମ ପ୍ରତିଷ୍ଠା ଦିବସକୁ ଗାଁ ଗାଁରେ ଧୁମଧାମ୍ରେ ପାଳନ କରିବା ପାଇଁ ଏହି ମାଓ ବ୍ୟାନରରେ ଉଲ୍ଲେଖ କରାଯାଇଛି । ଏହା ସହ ପାର୍ଟିର ସମାଧାନ ପ୍ରହାର ଆକ୍ରମଣରୁ ପାର୍ଟିକୁ ବଞ୍ଚାଇ ରଖିବାକୁ, ପାର୍ଟିକୁ ଧୋକା ଦେଇ ପୁଲିସକୁ ସୂଚନା ଦେଉଥିବା ସୂଚନାଦାତାକୁ ପ୍ରଜା କୋର୍ଟରେ ଦଣ୍ଡିତ କରିବାକୁ, ପୁଲିସ ଓ ପୁଲିସ ସୂଚନାଦାତାଙ୍କୁ ଗାଁରୁ ତଡି ଦେବାକୁ, ସମସ୍ତ ଜେଲରେ ଥିବା ମାଓବାଦୀ କଏଦୀମାନଙ୍କୁ ରାଜନୈତିକ କଏଦୀର ମାନ୍ୟତା ଦେବାକୁ, ଜେଲରେ ବନ୍ଦ ଥିବା ମାଓବାଦୀ କଏଦୀମାନଙ୍କୁ ବିନା ସର୍ତ୍ତରେ ଛାଡି ଦେବାକୁ, ବଲାଙ୍ଗୀରରେ ନିର୍ମଳାକୁ ମାଓବାଦୀ ସମର୍ଥନ ନାଁରେ ଗିରଫ କରିଥିବା ଦୁର୍ଜନକୁ ବିନା ପେଶିରେ ଛାଡି ଦେବାକୁ, ବଲାଙ୍ଗୀର, ପାଟଣାଗଡ଼, ସମ୍ବଲପୁର ଜେଲରେ ଥିବା ସମସ୍ତ ମାଓବାଦୀ କଏଦୀମାନଙ୍କୁ ବିନା ସର୍ତ୍ତରେ ଛାଡି ଦେବାକୁ ମାଓବାଦୀମାନେ ଦାବି କରିଛନ୍ତି । ତେବେ ଏହି ବ୍ୟାନରର ଶେଷରେ ବିବିଏମ ଡିଭିଜନାଲ କମିଟି ସେପ୍ଟେମ୍ବର ୨୧ ଓ ୧୩/୯/୨୦୨୨ ଲେଖା ହୋଇଥିବା ଦେଖିବାକୁ ମିଳିଛି ।