ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉନାହିଁ ବନ ବିଭାଗ, ଜଳୁଛି ଦଶପଲ୍ଲା ବନାଞ୍ଚଳ

ଦଶପଲ୍ଲା : ନିଆଁର ଆଁରେ ଦଶପଲ୍ଲା ବନାଞ୍ଚଳ । ଛାରଖାର ହୋଇଚାଲିଛି ଶହ ଶହ ଏକର ଜଙ୍ଗଲ । ଯେତିକି ପରିମାଣର ନିଆଁ ଲିଭା ଯାଉଛି ତାହାଠାରୁ ଅଧିକ ପରିମାଣର ଜଙ୍ଗଲ ଜଳୁଛି । ଦଶପଲ୍ଲା ବନାଞ୍ଚଳର ଚଢେୟାପଲ୍ଲୀ , ପୋଖରୀଗୋଛା , ଟାକରା,ବାଣୀଗୋଛା ପ୍ରଭୃତି ସେକ୍ସନରେ ନିଆଁ ଅଣାୟତ ପରିସ୍ଥିତି ସୃଷ୍ଟି କରିଛି । ଯାହାକି ବିଗତ ଦିନରେ ଟାକରା ସେକ୍ସନର ବାସୁକିପଦର ଜଙ୍ଗଲରେ ନିଆଁ ଲାଗି ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଏକର ଜଙ୍ଗଲ ଜଳି ଯାଇଥିବା ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ବନକର୍ମଚାରୀମାନେ ବହୁ ଉଦ୍ୟମ କରି ନିଆଁକୁ ଆୟତ୍ତ କରିଥିବା ବେଳେ କିଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଜଙ୍ଗଲରେ ନିଆଁ ବୃଦ୍ଧି ପାଇ ଚାଲିଛି । ଯେତିକି ସଚେତନତାମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ଲୋକଙ୍କ ମଧ୍ୟରେ ସେହି ଅନୁଯାୟୀ ସଚେତନତା ବୃଦ୍ଧି ପାଉନି । ଏପଟେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏଭଳି ଅଗ୍ନିକାଣ୍ଡ ପରିବେଶର ତାପମାତ୍ରାକୁ ଅଧିକ ବୃଦ୍ଧି କରିଚାଲିଛି । ସେହିଭଳି ଜଙ୍ଗଲରେ ମଧ୍ୟ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ବଢ଼ିଚାଲିଛି । ଏ ଦିଗରେ ଜନସଚେତନତା ବୃଦ୍ଧି ପାଇବା ନିହାତି ଆବଶ୍ୟକ ହୋଇପଡ଼ିଛି ।

Comments (0)
Add Comment