ସ୍ୱର୍ଗତ ଦେବେନ୍ଦ୍ର କୁମାର ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ସୁବର୍ଣ୍ଣପୁର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ,ସୁବର୍ଣ୍ଣପୁର ଦ୍ୱାରା ଆଜି ସଂଧ୍ୟା ୭.୦୦ ଘଟିକାରେ ସ୍ଥାନୀୟ ପ୍ରଭାସ ଲଜରେ ପ୍ରାକ୍ତନ ନିର୍ବାଚନ ଆୟୋଗ ,ସୁବର୍ଣ୍ଣପୁରର ବରପୁତ୍ର ତଥା ମହାନଦୀ ସାହିତ୍ୟ ସଂସଦର ଉପଦେଷ୍ଟା ସ୍ୱର୍ଗତ ଦେବେନ୍ଦ୍ର କୁମାର ମିଶ୍ରଙ୍କ ଅମର ଆତ୍ମାଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଂଜଳି ସଭାର ଆୟୋଜନ କରା ଯାଇଥିଲା । ପ୍ରାରମ୍ଭରୁ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ସଭାରେ ଗବେଷକ ଗୋରେଖନାଥ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କହିଲେ ସୁବର୍ଣ୍ଣପୁର ମାଟି ତାର ଯୋଗ୍ୟତମ ସୋନପୁରିଆ ପୁଅକୁ ହରାଇଲା ଯାହା ଆମ ପାଇଁ ଅପୂରଣୀୟ କ୍ଷତି । ଏହି ସଭାରେ ଗବେଷକ ବ୍ରଜମୋହନ ଦାନୀ, ପ୍ରଫେସର୍‌ ନାରାୟଣ ପ୍ରସାଦ ରାୟଗୁରୁ, ଡକ୍ଟର ଜ୍ୟୋତିରଂଜନ ବହିଦାର, କବି ଆର୍ତତ୍ରାଣ ବାବୁ, ଡକ୍ଟର ପୁରୁଷୋତ୍ତମ ମିଶ୍ର, ଆଧ୍ୟାପକ ସଂଜୀବ କୁମାର ନାୟକ, ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ, ଗବେଷକ ସୁଦାମ ନାଏକ ଆଦି ବ୍ୟକ୍ତିବୃନ୍ଦ ଯୋଗଦାନ କରି ଶୋକାର୍ତ୍ତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ଏଥି ସହିତ ପ୍ରଖ୍ୟାତ ସଂଗୀତ ର୍ନିେଶକ ସ୍ୱର୍ଗତ ବାପି ଲାହିରି ଓ ବିଶିଷ୍ଟ କବି ସ୍ୱର୍ଗତ ହର ପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମଧ୍ୟ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ଉକ୍ତ ସଭାକୁ ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ ସଂଯୋଜନା କରିଥିଲେ ଓ ଅନୁଷ୍ଠାନର ବରିଷ୍ଠ ସଭ୍ୟ କବି ବେଣୁଧର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment