ପୁରୀ ଜିଲ୍ଲାର ୫ଟି ବୁଥରେ ଜାରି ରହିଛି ସାନି ମତଦାନ

ପୁରୀ : ଆଜି ପୁରୀ ଜିଲ୍ଲାର ୫ଟି ବୁଥରେ ସାନି ମତଦାନ ଜାରି ରହିଛି । ପୁରୀ ଜିଲ୍ଲାରେ ୫ଟି ସ୍ଥାନରେ ଗଣ୍ଡଗୋଳ ଘଟି ମତଦାନ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଏହି ବୁଥମାନଙ୍କରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନକୁ ଆବେଦନ କରାଯାଇଥିଲା । ପୁରୀର କଣାସ ବ୍ଲକ ଅଡାଲ ଗ୍ରାମପଞ୍ଚାୟତର ୫,୭,୮ ନମ୍ବର ବୁଥ, କୃଷ୍ଣପ୍ରସାଦର ଅଲଣ୍ଡା ଗ୍ରାମପଞ୍ଚାୟତର ୮ ନମ୍ବର ବୁଥ ଓ ବ୍ରହ୍ମଗିରି ଗ୍ରାମପଞ୍ଚାୟତର ଚାପମାଣିକ ଗ୍ରାମର ୯ ନମ୍ବର ବୁଥରେ ହେଉଛି ସାନି ମତଦାନ । ସକାଳ ୯ ଟା ଠାରୁ ୩ ଟା ପର୍ଯ୍ୟନ୍ତ ଜାରି ରହିବ ମତଦାନ । ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବ୍ରହ୍ମଗିରୀ ଚାପମାଣିକ ପଞ୍ଚାୟତର କାଶୀଝରିଆ ୯ ନମ୍ବର୍‌ ବୁଥରେ କିଛି ଦୁର୍ବୃର୍ତ୍ତ ଭୋଟବାକ୍ସ ନେଇ ଚମ୍ପଟ ମାରିଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ସେହିପରି କୃଷ୍ଣପ୍ରସାଦ ଅଲଣ୍ଡା ଗ୍ରାମପଞ୍ଚାୟତର ୮ ନମ୍ବର୍‌ ବୁଥରେ ଅଲଣ୍ଡା ଓ ତିଛିଣି ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ମତଦାନ ବାଧାପ୍ରାପ୍ତ ହୋଇଥିଲା । ଅନ୍ୟପଟରେ କଣାସରେ ମଧ୍ୟ ଅନୁରୂପ ଭାବେ ଅଡାଲ ଗ୍ରାମ ପଞ୍ଚାୟତର ୫,୭,୮ରେ ମଧ୍ୟ ବୁଥ କ୍ୟାପିଚାରିଙ୍ଗ ସହ ସାମ୍ବାଦିକଙ୍କୁ ଆକ୍ରମଣ ଚିତ୍ର ସାମ୍ନାକୁ ଆସିଥିଲା ଏବଂ ମତଦାନ ବାଧାପ୍ରାପ୍ତ ହୋଇଥିଲା ।

Comments (0)
Add Comment