ରାଜ୍ୟରେ ୬ କୋଟି ଡୋଜ ଅତିକ୍ରମ କଲା ଟିକାକରଣ

ରାଜ୍ୟରେ କରୋନା ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ରାଜ୍ୟରେ ୬ କୋଟି ଡୋଜ ଅତିକ୍ରମ କଲା ଟିକାକରଣ । ସେହିପରି ପ୍ରଥମ ଡୋଜ ନେଲେଣି ୯୯ ପ୍ରତିଶତରୁ ଅଧକ ଲୋକ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଟ୍ୱିଟ ମଧ୍ୟ କରାଯାଇଛି । ଏଥିରେ ଲେଖାଯାଇଛି, ଲୋକମାନଙ୍କର ସମର୍ଥନ ଓ ଆମ ସ୍ୱାସ୍ଥ୍ୟକର୍ମୀମାନଙ୍କର ଯୋଗଦାନ ଯୋଗୁଁ ଆମେ ଏହି ସଫଳତା ପାଇଛୁ । କରୋନା ଟିକାକରଣରେ ୬ କୋଟି ଡୋଜ ଅତିକ୍ରମ କରିଛି ଓଡିଶା ।

Comments (0)
Add Comment