ବାଘର ଗଳିତ ଶବ ଉଦ୍ଧାର

ହରଭଙ୍ଗା : ବୌଦ୍ଧ ବନଖଣ୍ଡରେ ପୁଣି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି । ଗଳିତ ଶବ ଉଦ୍ଧାର କଲା ମାଧପୁର ରେଞ୍ଜ । ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପୋଢ଼ହଳ ସଂରକ୍ଷିତ ଜଙ୍ଗଲ ନାଳ ଭିତରୁ ବୁଧବାର ଅପରାହ୍ନ ସମୟରେ ଏକ କଲରାପତରିଆ ବାଘର ଗଳିତ ଶବକୁ ଜବତ କରାଯାଇଛି । ମୃତ ବାଘଟି ୭ଦିନରୁ ଉର୍ଦ୍ଧ୍ୱ ହେଲା ଏକ ନାଳ ନିକଟରେ ପଡି ରହିଥିବା ବେଳେ ବନ ବିଭାଗର କିଛି କର୍ମଚାରୀ ପେଟ୍ରୋଲିଙ୍ଗ ସମୟରେ ଦେଖିଥିଲେ । ପରେ ଘଟଣା ସମ୍ପର୍କରେ ମାଧପୁର ରେଞ୍ଜର ଖବର ପାଇବା ପରେ ବୌଦ୍ଧ ଡିଏଫଓ ନେତୃତ୍ୱରେ ଘଟଣା ସ୍ଥଳକୁ ଆସିଥିବା ସାଇଣ୍ଟିଫିକ ଟିମ, ଦକ୍ଷିଣାଞ୍ଚଳର ଆରସିସିଏଫ ପହଁଚି ମୃତ ବାଘର ଶବକୁ ଜବତ କରିବା ସହ ତାର ନମୂନା ପରୀକ୍ଷା କରିଥିଲେ । ବାଘଟି ଅଣ୍ଡିରା କି ମାଇ ପ୍ରଜାତିର ତାହା ଜଣାପଡିନାହିଁ । ଏ ସଂପର୍କରେ ରେଞ୍ଜ ଅଧିକାରୀ ଆଶିକ କୁମାର ଦିଗାର କହିଛନ୍ତି ଯେ, ଆମ ରେଞ୍ଜର ବାଘା ନାହାନ୍ତି ଏହା ଅନ୍ୟ କୌଣସି ଜିଲ୍ଲାରୁ ଆସିଥିବ ଓ ତାହାର କେମିତି ମୃତ୍ୟୁ ହେଲା ତାହା ନମୂନା ପରୀକ୍ଷା ପରେ ଜଣାପଡିବ । ଏହି ତଦନ୍ତକାରୀ ଦଳରେ ସାଇଣ୍ଟିଫିକ ଟିମ୍‌ଙ୍କ ସମେତ ଦକ୍ଷିଣାଞ୍ଚଳ ଆରସିସିଏଫ ସଂଜୟ ସ୍ୱାଇଁ, ବୌଦ୍ଧ ଡିଏଫ ଓ ଦେବ ପ୍ରିୟ କମ୍ପ, ମାଧପୁର ରେଞ୍ଜର ଆଶିକ କୁମାର ଦିଗାଲ, ଫରେଷ୍ଟର ବିଜୟ ସାହୁ, ଗାର୍ଡ ସୁବଳ ପ୍ରଧାନଙ୍କ ସହ ଅନନ୍ୟ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment