ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ପବିତ୍ର ପୁଣ୍ୟତୋୟା ମହାନଦୀ କୂଳରେ ଅବସ୍ଥିତ ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପାଦଦେଶରେ ଅବସ୍ଥିତ ମା ‘ କଳାପାଟ ଠାକୁରାଣୀଙ୍କ ପୀଠରେ ମହାପୁରୁଷ ସିଦ୍ଧଯୋଗୀ ବାବା ରାମଦାଶଙ୍କ ଜନ୍ମ ଉତ୍ସବ ପାଳନ ଲାଗି ବିଶାଳ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ ପାଇଁ ଅନୁକୂଳ ପର୍ବ ଆରମ୍ଭ ହୋଇଯାଇଛି । ସତ୍ୟଶାନ୍ତି ସେବାଶ୍ରମ ପରିସର ସ୍ଥିତ ପାଦୁକା ଆଶ୍ରମରୁ ୪ଜଣିଆ ପ୍ରତିନିଧି ଦଳ ବଳଭଦ୍ର , ସୁଭଦ୍ରା ଓ ଜଗନ୍ନାଥଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ଜଗନ୍ନାଥଙ୍କୁ ଯଜ୍ଞସ୍ଥଳକୁ ଆସିବା ଲାଗି ନିମନ୍ତ୍ରଣ କରାଯାଇଛି । ପରେ ସେବାୟତଙ୍କଠାରୁ ପତିତପାବନ ବାନା, ଲାଗି ତୁଳସୀ ଓ ମହାପ୍ରସାଦଧରି ପ୍ରତିନିଧୂଦଳ ମା କଳାପାଟଙ୍କ ନିକଟକୁ ଯାତ୍ରା କରିଛନ୍ତି । ମା’ଙ୍କ ପୀଠରେ ପହଁଞ୍ଚି ମା’ଙ୍କ ପୂଜା , ମାଜଣା, ଆରଧାନା ଓ ନିମନ୍ତ୍ରଣ କରିବା ପାଇଁ ବିଧି ରହିଛି । ଚଳିତ ବର୍ଷ ନଭେମ୍ବର ମାସ ୨୭ , ୨୮ ଓ ୨୯ ତାରିଖ ୩ଧରି ବିଶାଳ ବିଶ୍ୱଶାନ୍ତି ମହାଯଜ୍ଞ ହେବ । ତେବେ ୨୭ ତାରିଖରେ ଅଧିବାସ, ୨୮ରେ ମହାଯଜ୍ଞ ଓ ସାଧୁମେଳା ଓ୨୯ତାରିଖରେ ବାବାଙ୍କ ଜନ୍ମଦିବସ ଅବସରରେ ମହାଯଜ୍ଞର ପୂର୍ଣ୍ଣାହୁତି ହେବ ବୋଲି ଯଜ୍ଞ କମିଟି ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।