ପୁରୀ – ପୁଣି ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଅଘଟଣ। ବଡ଼ ଲହଡ଼ିରେ ପଡି ସମୁଦ୍ର ଭିତରକୁ ଚାଲିଗଲେ ୫ ଜଣ ପର୍ଯ୍ୟଟକ। ସେକ୍ଟର ୯ ନମ୍ବର ବେଳାଭୂମି ଅର୍ଥାତ ହୋଟେଲ୍ ସୋନାଲି ସମ୍ମୁଖ ସମୁଦ୍ରକୂଳରେ ଘଟିଛି ଏଭଳି ଘଟଣା। ୫ ଜଣ ପର୍ଯ୍ୟଟକ ସମୁଦ୍ର ସ୍ନାନର ମଜା ନେଉଥିବା ବେଳେ ସମୁଦ୍ର ଭିତରକୁ ଟାଣି ନେଲା ରିପ୍ କରେଣ୍ଟ। ତେବେ ୫ ଜଣ ପର୍ଯ୍ୟଟକ ସମୁଦ୍ର ଭିତରେ ବୁଡ଼ି ଯାଉଥିବା ଦେଖି ତାଙ୍କ ଅନ୍ୟ ସାଙ୍ଗମାନେ ଚିତ୍କାର କରିଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ସମ୍ବଲପୁରର ସୋହାନ ଭୋଇ, ଓଁମ ମୁଣ୍ଡା, ସୌରଭ ବେହେରା,କେନ୍ଦ୍ରାପଡାର ଅଂଶୁମାନ ମହାନ୍ତି ଓ ଭଦ୍ରକର ଆଶିଷ କୁମାର ନାୟକ ବୋଲି ଜଣାପଡିଛି । ପର୍ଯ୍ୟଟକଙ୍କୁ ଲାଇଫଗାର୍ଡ ମାନେ ଉଦ୍ଧାର କରିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ l ତେବେ ଲାଇଫଗାର୍ଡଙ୍କ ଏଭଳି ଉଦ୍ୟମ ଯୋଗୁଁ ୫ ଜଣ ପର୍ଯ୍ୟଟକଙ୍କ ଜୀବନ ବଞ୍ଚି ଯାଇଛି। ସମୁଦ୍ର ସ୍ନାନ କରିବା ସମୟରେ ଲାଇଫଗାର୍ଡ ମାନଙ୍କ ପରାମର୍ଶ ନେବାପାଇଁ ନିବେଦନ କରାଯାଇଛି।