18ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150 ତମ ଜନ୍ମ ବାର୍ଷିକୀ ଉପଲକ୍ଷେ
ଜ଼ିଲ୍ଲାସ୍ତରୀୟ ପଦଯାତ୍ରା

ବୌଦ୍ଧ: ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରାର ଶେଷ ପ୍ରସ୍ତୁତି ବୈଠକ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତାକାଲି ଦିନ ସକାଳ ଘ. 7.30 ମି. ସମୟରେ ଜଗନ୍ନାଥ ମନ୍ଦିର ପାଖରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ, କାଳେଶ୍ଵର ଛକ, ମାଉଲସିଙ୍ଗା ଛକ, ବୁଟୁପାଲି ଛକ, ପଲାଶ ଛକ, ରାଜନପାଲି ଛକ, ଏନ. ଏ. ସି. ଛକ, ଏ. ଏନ. ଏମ. ଛକ ଦେଇ ବ୍ରିଜ ଛକ ଠାରେ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ l ଏହି ଉପଲକ୍ଷେ ଜଗନ୍ନାଥ ମନ୍ଦିରରୁ ପଦଯାତ୍ରା ବାହାରିବ l ପଲାଶ ଛକ, ଏନ. ଏ. ସି. ଛକ, ବ୍ରିଜ ଛକ ଠାରେ ଷ୍ଟେଜ ପ୍ରସ୍ତୁତି କରାଯାଇଛି ଏବଂ ସେଠାରେ ଶପଥପାଠ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ବୈଠକ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ, ବୌଦ୍ଧ ପ୍ରଭାସ ଚନ୍ଦ୍ର ଦଣ୍ଡଷନା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଦାୟିତ୍ୱ ର ସହ ସମସ୍ତ କାମ ସମ୍ପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଚାର୍ଲସ ନାଏକ,ଏସ.ଡି.ପି.ଓ. ଲରେନ୍ସ ରାଉତରାୟ,ମାଇ ଭାରତ ର ଜ଼ିଲ୍ଲା ସଂଯୋଜକ ଏବଂ ଅନ୍ୟାନ୍ୟ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l ବୈଠକ ଶେଷରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସହ ଧନ୍ୟବାଦ ପ୍ରଦାନ କରିଥିଲେ l ଜ଼ିଲ୍ଲା କ୍ରୀଡା ଅଧିକାରୀ ଅକ୍ରୁର କୁମାର ଯାନୀ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ସହଯୋଗ କାମନା କରିଥିଲେ l

Comments (0)
Add Comment